You are currently viewing କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।
କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।

କବିସୂର୍ଯ୍ୟନଗର,୮/୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ୫ନ୍ୟାୟପତ୍ର ଓ ୨୫ ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ଇସ୍ତାହାର ଆଣିଛି । କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାରକୁ ଆସିଲେ କୃଷକ, ଶ୍ରମିକ, ମହିଳା ଓ ଯୁବ ବର୍ଗଙ୍କୁ ନ୍ୟାୟ ଦେବବୋଲି କବିସୂର୍ଯ୍ୟନଗର ର ଗୁଡିଆଳି ଛକ ନିକଟରେ କଂଗ୍ରେସ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କବିସୂର୍ଯ୍ୟନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିରଞ୍ଜିବି ବିଷୋୟୀ କହିଛନ୍ତି । କବିସୂର୍ଯ୍ୟନଗରର ରାସ୍ତା ସମସ୍ୟା, ଡ୍ରେନେଜ ସମସ୍ୟା, ସରକାରୀ ଅଫିସରେ ପିସି କାରବାର ଉପରେ ରୋଗ ଲଗାଇବା, ଚାଷୀଙ୍କ କ୍ଷେତକୁ ପାଣି ପହଞ୍ଚିବା ସୁନିଶ୍ଚିତ କରିବା, ସ୍ଥାନୀୟ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର, ଷ୍ଟାଫ୍ ନିଯୁକ୍ତି କରିବା ନେଇ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ।

ଉକ୍ତ କାର୍ଯ୍ୟକ୍ରମରେ ଆସିକା କଂଗ୍ରେସ ପର୍ଯ୍ୟବେକ୍ଷକ ପୁର୍ଣ୍ଣଚନ୍ଦ୍ର ନାୟକ, ପିସିସି ମେମ୍ବର ବୁଲା ଜେନା, ବରିଷ୍ଠ କଂଗ୍ରେସ ନେତା ଶ୍ରୀନିବାସ ପ୍ରଧାନ, ଧନୁ ଜେନା, ଶରତଚନ୍ଦ୍ର ଦାସ,ଭବାନୀ ପ୍ରସାଦ ଜେନା, କୃଷ୍ଣଚନ୍ଦ୍ର ଗିରି, ବସନ୍ତ ଗୈଡ, ରବିନ୍ଦ୍ର ବିଷୋୟୀ, କ୍ରୀଷ୍ଣା ଗିରି, ଦଣ୍ଡ ପାଣି ମହାରଣା, ବାବୁ ପୋଲାଇ ସମେତ କଂଗ୍ରେସର ସତାଧିକ କର୍ମକତ୍ତା ଉପସ୍ଥିତ ଥିଲେ ।