You are currently viewing କଂଗ୍ରେସ କର୍ମୀଙ୍କୁ ମିଥ୍ଯା ମାମଲାରେ ଜେଲଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ
କଂଗ୍ରେସ କର୍ମୀଙ୍କୁ ମିଥ୍ଯା ମାମଲାରେ ଜେଲଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ପୁରୀ,୧୦/୭- ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଚେରି ଛକରେ ଜିଲ୍ଲା ପୋଲିସ ଓ ରାଜ୍ୟ ଶାସନ ବିରୁଦ୍ଧରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ସଭାପତିତ୍ବ କରିଥିଲେ । ଗତ ତା୦୬/୦୭/୨୦୨୬ରିଖ ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେବା ପୂର୍ବରୁ କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ପୋଲିସ ପକ୍ଷରୁ କଳାପତାକା ପ୍ରଦର୍ଶନକାରୀ କଂଗ୍ରେସ କର୍ମୀଙ୍କୁ ଅଟକ ଓ ଗିରଫ କରାଯାଇଥିଲା । ଅବିନାଶ ମିଶ୍ର ଓ ରାମଚନ୍ଦ୍ର ସାହୁଙ୍କୁ ମିଥ୍ଯା ମାମଲାରେ ହତ୍ଯା ଉଦ୍ୟମ ଦଫା ଲଗାଇ ଜେଲକୁ ପଠାଇ ଦେଇଥିଲେ । ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ଏହା ସହ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଆଠଦଫା ଦାବିପତ୍ର ପ୍ରଦାନ କରିଥିଲଃ
ଏହି ଦାବିରେ ପାଠ୍ୟପୁସ୍ତକରେ ତୃଟି, ଏ ପର୍ଯ୍ୟନ୍ତ ସଠିକ ପାଠ୍ୟପୁସ୍ତକ ବିତରଣ ନ କରିବା,ପୁରୀବାସୀଙ୍କ ଶ୍ରୀମନ୍ଦିର ଦର୍ଶନ
ଲୋକଙ୍କ ସରଳ ଶ୍ରୀମନ୍ଦିର ଦର୍ଶନ, ରାମ ମନ୍ଦିର ଓ ବଦ୍ରିନାଥ ମନ୍ଦିରରୁ ଦାନ ଅର୍ଥ ଚୋରି,ଇସ୍କନକୁ କର୍ଡନ ପାସ ବାଣ୍ଟିବା, ପୁରୀ ମହାନଗର ନିଗମ ନଳା ସଫା ନକରିବା, ଅହେତୁକ ବିଦ୍ୟୁତ କାଟ
ବିପର୍ଯ୍ଯସ୍ତ ସ୍ବାସ୍ଥ୍ୟସେବା, ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପୋଡା ଜଳା ୟୁନିଟ ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର , ସିଟି ଡିଏସପି, ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଘଟଣାସ୍ଥଳକୁ ଆସି ପ୍ରତିଶୃତି ଦେଇ ତୁରନ୍ତ ସଠିକ ଦଫା ଲଗାଇ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ବିକ୍ଷୋଭରେ ପୂର୍ବତନ ଜିଲ୍ଲା ସଭାପତି ସତ୍ଯବ୍ରତ ପାତ୍ର, ଜୟ ନାରାୟଣ ପଟ୍ଟନାୟକ, ବିଦ୍ୟୁତଲତା ଆଚାର୍ଯ୍ଯ, ସୁଜିତ ମହାପାତ୍ର, ଟାଉନ କଂଗ୍ରେସ ସଭାପତି ବିଶ୍ବରଞ୍ଜନ ମହାପାତ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ନିରଞ୍ଜନ ରଥ, ଉପସଭାପତି ସଂଗଠନ ସୁକାନ୍ତ ପ୍ରଧାନ, ନିରଞ୍ଜନ ବିଶ୍ୱାଳ, ବିଶ୍ୱରଂଜନ ସାମନ୍ତରାୟ ଓ ସସ୍ମିତା ସ୍ୱାଇଁ, ଆଇନ ସେଲ ଅଧ୍ୟକ୍ଷ କାଳୀ ପ୍ରସାଦ ନାୟକ, ଜ଼ିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ବତୀ ପାତ୍ର ପ୍ରଦେଶ କଂଗ୍ରେସ ମୁଖପାତ୍ର ଲଲାଟେନ୍ଦୁ ଦାସ ଓ ଜୟଶ୍ରୀ ପାତ୍ର,ଅମରେନ୍ଦ୍ର ପାଇକରାୟ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, କୋଷାଧକ୍ଷ ଆର୍ତତ୍ରାଣ ସାହୂ,ପୂର୍ବତନ ପ୍ରଦେଶ କଂଗ୍ରେସ ସଂପାଦକ ବିଶ୍ୱନାଥ ଦାଶ ଓ ଜ଼ିଲ୍ଲା ମୁଖପାତ୍ର ସ୍ୱାଧୀନ ପଣ୍ଡା,ନିରୁପମା ପାତ୍ର, ମମତା ସ୍ୱାଇଁ, କୃଷ୍ଣ ପ୍ରସାଦ ବ୍ଲକ ସଭାପତି କିଶୋର ମହାନ୍ତି,ସାଧାରଣ ସମ୍ପାଦକ ଅଶ୍ୱିନୀ ବଳବନ୍ତରାୟ,ସମ୍ପାଦକ ଅମୀୟ ମହାପାତ୍ର ଓ ସୁଶାନ୍ତ ମହାପାତ୍ର,ରଜତ ସାହୂ, ଅର୍ଜୁନ ସାହୂ,ଦୁର୍ଗା ସାମନ୍ତରାୟ, ରାଧେଶ୍ୟାମ ସାହୂ, ରଞ୍ଜନ ସାହୂ, ପବିତ୍ର ସାହୂ,ଉମାକାନ୍ତ ବେହେରା,ସୁଶାନ୍ତ ପଲେଇ,ଯୁବ ଓ ଛାତ୍ର ନେତା ଆଶୁତୋଷ ମିଶ୍ର, ମନୋଜ ବେହେରା, ରିଶାନ ଦାସ, ଆଦର୍ଶ ମିଶ୍ର ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ ।