ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି – ପୋଡାମାରୀ ରାସ୍ତାରେ ରହିଥିବା ଖେମୁଣ୍ଡି ଅଞ୍ଚଳ କଳିଙ୍ଗ ବୈଶ୍ୟ ସମାଜର ଆଞ୍ଚଳିକ କାର୍ଯ୍ୟାଳୟ ନୂତନ ଗୃହ ନିର୍ମାଣ ନିମନ୍ତେ ଗୁରୁବାର ଦିନ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ କରକମଳରେ ଅନୁଷ୍ଠିତ ଶୁଭ କାର୍ଯ୍ୟରେ ସାଂସଦ ନିଜେ ଏହାର ଶୁଭ ଦେଇଥିଲେ । ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ତଥା ପଦ୍ମନାଭପୁର ପଞ୍ଚାୟତ ସମିତିର ପୂର୍ବତନ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳର ପୂର୍ବତନ ନଗରପାଳ ତଥା ବିଧାୟକ ପ୍ରତିନିଧି ଭି . ରବିନାରାୟଣ ରାଜୁ , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ , ଆଙ୍କୋରଡା ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ , ଖେମୁଣ୍ଡି ଅଞ୍ଚଳ ସଂଘ ସଭାପତି ବି. ନାରାୟଣ ସୁବୁଦ୍ଧିଙ୍କ ସମେତ ବିଭିନ୍ନ ସଙ୍ଘର ୨୦୦ ରୁ ଅଧିକ ମହିଳା , ଯୁବଗୋଷ୍ଠୀ , ସଂଘ ସମ୍ପାଦକ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ସଙ୍ଘର ନୂତନ ଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଥିବା ସରପଞ୍ଚ ଶ୍ରୀ ସୁବୁଦ୍ଧି ପ୍ରତିକ୍ରିୟାରେ କହିଛନ୍ତି । ରିପୋର୍ଟ:: କିରଣ କୁମାର ବେହେରା
