You are currently viewing ସାନଖେମୁଣ୍ଡି ବିଜେପି ତରଫରୁ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ , ଇଂ ପ୍ରଦୀପ ପତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ସାନଖେମୁଣ୍ଡି ବିଜେପି ତରଫରୁ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ , ଇଂ ପ୍ରଦୀପ ପତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସାନଖେମୁଣ୍ଡି ,୦୧/୧୦ -:- ଭାରତବର୍ଷର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ନିମନ୍ତେ ଅକ୍ଟୋବର ପହିଲା ତାରିଖ ଦିନ ଏକ ଘଣ୍ଟା ଶ୍ରମଦାନ କରିବାକୁ ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଆଜି ସାନଖେମୁଣ୍ଡି ବ୍ଲକର ଆମ୍ବାଗାଁ ଠାରେ ସମୀର ବିଶୋଇ ଏବଂ ପ୍ରକାଶ ଅଧିକାରୀଙ୍କ ନେତୃତ୍ୱରେ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଟ ବିଜେପି ନେତା ତଥା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଇଂ ପ୍ରଦୀପ କୁମାର ପତ୍ରୀ ଯୋଗଦେଇ ସ୍ଥାନୀୟ କର୍ମୀ ଓ ସଙ୍ଗଠକଙ୍କ ମନରେ ଦେଶାତ୍ମବୋଧ ଭାବ ସୃଷ୍ଟି କରିବା ସହ ସ୍ବଚ୍ଛତା ପାଇଁ ଏକ ଘଣ୍ଟାର ଜାତୀୟ ଶ୍ରମଦାନର ମହତ୍ତ୍ଵ ବୁଝାଇଥିଲେ । ଆମ୍ବଗାଁର ଶିଵ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ବରିଷ୍ଠ ଦଳୀୟ ନେତା ପ୍ରଦୀପ ପତ୍ରୀଙ୍କୁ ଆମ୍ବଗାଁ ଅଧିବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସମାବେଶିତ ପଦଯାତ୍ରାରେ ଗ୍ରାମ ପରିକ୍ରମା କରି ଗାଁ ମଣ୍ଡପରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଆୟୋଜିତ ଏହି ସଭାରେ ଶ୍ରୀ ପତ୍ରୀ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱକର୍ମା ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ ଏବଂ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ଅମୃତ କଳସ ଯାତ୍ରାରେ ଅମୃତ ବାଟିକା ନିର୍ମାଣ ପାଇଁ ମାଟି ସଂଗ୍ରହ କରିଥିଲେ.। ଏହା ପରବର୍ତ୍ତୀ ସମୟରେ ଶୁଣ୍ଢୀପଲ୍ଲୀ ଗ୍ରାମବାସୀଙ୍କ ଦ୍ୱାରା ପ୍ରଦୀପ ପତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଲକ୍ଷ୍ମୀ ନୃସିଂହ ମନ୍ଦିରରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା ।

ଏହା ସହ ଘରକୁ ଘର ବୁଲି ବିଜେପି କର୍ମୀ ଓ ଅନୁଗତ ମାଟି ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶ୍ରୀ ହରପ୍ରସାଦ ମହାନ୍ତି, ନିରୋଜ ପାଢ଼ୀ, ତ୍ରିନାଥ ଗୌଡ଼, ବିଜୟ ପଣ୍ଡା, ସନ୍ତୋଷ ଲେଙ୍କା, ସଂଜୟ ପରିଡା, ସଂଜୟ ପ୍ରଧାନ, ଯୁବ ନେତା ରାଜା ମିଶ୍ର, ବାଦଲ ମିଶ୍ର ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।