You are currently viewing କେନ୍ଦ୍ର ସରକାରଙ୍କ ବିରୋଧ ରେ ଗର୍ଜିଲା ବିଜେଡି
କେନ୍ଦ୍ର ସରକାରଙ୍କ ବିରୋଧ ରେ ଗର୍ଜିଲା ବିଜେଡି

ପୁରୁଷୋତ୍ତମପୁର,୧୬/୨
ବିଜେପି ନେତୃତ୍ବ ଅଧିନ କେନ୍ଦ୍ର ସରକାର ଗରିବ ଙ୍କ ମୁହଁ ରୁ ଖାଦ୍ୟ ଛଡାଇ ନେଇଛନ୍ତି, ଚାଷୀ ଙ୍କୁ ସେମାନଙ୍କ ଅଧିକାର ରୁ ବଞ୍ଚିତ କରିଛନ୍ତି।ବିକାଶ ର ଦ୍ବାହି ଦେଇ ଗରିବ ମାରଣା ନିତି ଆପେଣାଇଛନ୍ତି ।ଓଡ଼ିଆ ବାସୀ ଙ୍କୁ କେନ୍ଦ୍ର ଶୋଷଣ, ଉପେକ୍ଷା ଓ ଅବହେଳା କରୁଛି।କେନ୍ଦ୍ର ଅବହେଳା ବିରୁଧରେ ଓଡିଶାରେ ବର୍ତ୍ତମାନ ବିଜେଡି ପକ୍ଷରୁ ପଞ୍ଚାୟତ ରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛି ।ଏହି ଅବସରରେ ଆଜି ପୂର୍ବାହ୍ନରେ ପୁରୁଷୋତ୍ତମପୁର ବ୍ଲକ ବିଜେଡି ପକ୍ଷରୁ କାଳୀମନ୍ଦିର ଛକ ରୁ ଏକ ପ୍ରତିବାଦ ରାଲି ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଥିଲା। ମହାମହିମ ରାଷ୍ଟ୍ରପତି ଙ୍କଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓ ବିଜୟ କୁମାର ବେହେରା ଙ୍କୁ ପ୍ରଦାନ କରାଯାଇଥିଲା ।ଏହି ଅବସରରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, ଜିଲ୍ଲା ଯୁବ ବିଜେଡି ଉପଦେଷ୍ଟା ନିର୍ମଳ ଚନ୍ଦ୍ର ସାହୁ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା,ବରିଷ୍ଠ ବିଜେଡି ନେତା ଦିଗାମ୍ବର ପାଣିଗ୍ରାହୀ,ସୂର୍ଯ୍ୟ ନାରାୟଣ ପଣ୍ଡା,ଲିଙ୍ଗରାଜ ବାରିକ, ସୁଦର୍ଶନ ନାୟକ,ଶୁଭ୍ରାଂଶୁ ଶେଖର ସାବତ,ସରପଞ୍ଚ ମନୋଜ ଦାଶ,ରଶ୍ମିତା ସେଠି,ଇନ୍ଦ୍ରଜିତ ନାୟକ, କୈଳାସ ସେଠି,ମମତା ବେହେରା,ସମିତି ସଭ୍ୟ ସିମାଞ୍ଚଳ ଗୌଡ, ଗୋପାଳ ଦୋରା, ପି ନାରାୟଣ ରାଓ ,ଜଗତପଣ୍ଡା ,ସଞ୍ଜିବ ଜେନା, ନିଳାଞ୍ଚଳ ପଣ୍ଡା, ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।ସେହିପରି ଏନ୍ ଏ ଏସି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।ଏହି ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ନଗର ବିଜେଡି ସଭାପତି ପ୍ରଭାତ ପଟ୍ଟନାୟକ, ସିମାଞ୍ଚଳ ମିଶ୍ର, ମନଜ ଗୌଡ, ଅଞ୍ଜଳି ସାହୁ, କାଉସିଲର ଅଶୋକ କୁମାର ମହାଙ୍କୁଡ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
#