ଚିକିଟୀ — ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟୀ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହେଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟାକୁ ଅତି ନିକଟରେ ସମାଧାନର ପ୍ରୟାସ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ,ଉପ ଜିଲ୍ଲାପାଳ ଅଭିନାଶ କୁମାର,ସ୍ଥାନୀୟ ବିଡ଼ିଓ ବିବେକାନନ୍ଦ ମିଶ୍ର ଏବଂ ତହସିଲଦାର ବିଶ୍ୱରଞ୍ଜନ କହଁର ପ୍ରମୁଖ ଯୋଗଦାନ କରିଥିଲେ l ଏହି ଶିବିରରେ ରାସନ୍ କାର୍ଡ, ଭତ୍ତା, ପାନୀୟ ଜଳ, ପଟ୍ଟା ଓ ବସୁନ୍ଧରା ଆବାସ ଗୃହ ସହ ଅନ୍ୟାନ୍ୟ ମିଶି ପ୍ରାୟ ପଚାଶ ଗୋଟି ଅଭିଯୋଗ ହୋଇଥିଲା l ଏଥିରୁ ବ୍ୟକ୍ତିଗତ ୪୫ ଟି ଓ ସାମୂହିକ ଭାବେ ପାଞ୍ଚଟି ଅଭିଯୋଗ ହୋଇଥିଲା l ଏଥିରୁ ଜଣକୁ ରେଡକ୍ରସ୍ ତରଫରୁ ସହାୟତା ରାଶି ଦଶ ହଜାର ପ୍ରଦାନ କରିବା ସହ ଦୁଇଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକୁ ଦଶ ଦିନ ଭିତରେ ସମାଧାନ କରିବା ସହ ଗତ ଶନିବାର ଦିନ ୟୁକ୍ରେନ ଡ୍ରୋନ ମାଡରେ ଋଷ ର ଏକ କମ୍ପାନୀ ରେ କାର୍ଯ୍ୟରତ ଥିବା ମାଧବନ୍ଧ ଗ୍ରାମର ଏ.ରାମାୟା ମୃତ୍ୟୁବରଣ କରିଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ମର ଶରୀରକୁ ଭାରତୀୟ ଦୂତାବାସ ଙ୍କ ସହ ସମ୍ପର୍କ ରଖି ନିଜ ଗ୍ରାମକୁ ଆଣିବା ପାଇଁ ଜିଲ୍ଲାପାଳ ପ୍ରତିଶୃତି ପ୍ର୍ରଦାନ କରିଥିଲେ l ଏହି କ୍ରମରେ କିଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ କେତେକ ଅଧିକାରୀ ଅନୁପସ୍ଥିତ ଥିବା ବେଳେ ଜିଲ୍ଲାର ପ୍ରାୟ ସମସ୍ତ ଅଧିକାରୀ ଙ୍କ ସହ ସ୍ଥାନୀୟ ଅଧିକାରୀ ମାନେ ମଧ୍ୟ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଅତି ଶୃଙ୍ଖଳାର ସହିତ ସଫଳ କରିଥିଲେ।
