ଚିକିଟି– ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଏବଂ ପଦକ୍ଷେପ କୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକରେ ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା , ବିଡ଼ିଓ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ଵରଞ୍ଜନ କହଁର ଓ ସିଡିପିଓ ଭି.ମଣିମାଳା ପ୍ରମୁଖ ଉପସ୍ଥିତ ଥିଲେ l ଏହି କ୍ରମରେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ, ଅତିଥି ପରିଚୟ ପ୍ରଦାନ ଓ କଣ୍ଠଶିଳ୍ପୀ ରୁଦ୍ରରୁପା ବ୍ରହ୍ମାଙ୍କ କଣ୍ଠରୁ ସୁନ୍ଦର ଭୋଜନା ସଙ୍ଗୀତ ଶୁଣିବାକୁ ମିଳିଥିଲା। ପରେ ପରେ ବିଧାୟକ ଗତ ସରକାରରେ ହୋଇଥିବା ବିକାଶ କୁ ତୁଳନା କରିବାକୁ ଯାଇ ପ୍ରକାଶ କରିଥିଲେ ଯେ ଗତ ସରକାରରେ ଲୋକେ ନିଜର ବିଧାୟକଙ୍କ ନିକଟରେ ପହଞ୍ଚି ନିଜ ନିଜର ଅଭିଯୋଗ ଦେବା ଭାରୀ କଷ୍ଟସାଧ୍ୟ ଥିଲା ବୋଲି କହିବା ସହ ବର୍ତ୍ତମାନ ବିଧାୟକ ସିଧା ସଳଖ ଲୋକଙ୍କ ଘର ଆଗରେ ଅଭିଯୋଗ ଶୁଣିବା ପାଇଁ ପହଞ୍ଚି ପାରୁଛନ୍ତି ବୋଲି ସେ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ l ଏହି ନିର୍ବାଚନ ମଣ୍ଡଳୀରେ ଗତ ଦିନ ମାନଙ୍କରେ ଯୋଗ୍ୟ ହିତାଧିକାରୀ ମାନେ ଭତ୍ତା ଓ ଆବାସ ଯୋଜନାରୁ ବଞ୍ଚିତ ହେବା ସହ ନିଜେ ଦଳୀୟ କର୍ମୀ ମାନେ ସେ ସବୁର ସୁବିଧା ପାଉଥିଲେ ବୋଲି ପ୍ରକାଶ କରିବା ସହ ବର୍ତ୍ତମାନ ଯୋଗ୍ୟ ହିତାଧିକାରୀ ମାନେ ସେ ସୁବିଧା ଗୁଡ଼ିକ ଦୁଇବର୍ଷ ଭିତରେ ପାଇ ସାରିଲେଣି ବୋଲି ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଗ୍ରାମକୁ ସଂଯୋଗୀ କରଣ କରିବା ସକାଶେ ସମସ୍ତ ରାସ୍ତାକୁ ନିର୍ମାଣ କରିବା ସହ ଅନେକ ଗ୍ରାମୀଣ ରାସ୍ତା କୁ ଆହୁରି ମଜଭୁତ କରିବା ସକାଶେ ଆର.ଡ଼ି ବିଭାଗକୁ ହସ୍ତାନ୍ତର, ଗ୍ରାମରେ ପାନୀୟ ଜଳ ସକାଶେ ଅଧିକରୁ ଅଧିକ ନଳ କୂପ ମାନ ଖୋଳିବା ସହ କେତେକ ଗ୍ରାମରେ ପାଇପ ଯୋଗେ ଜଳ ଯୋଗାଣ କରାଯାଇଥିବା ମଧ୍ୟ ସୂଚନା ପ୍ରଦାନ କରିଛନ୍ତି l ତା ସଙ୍ଗେ ସଙ୍ଗେ ସୁରଳ ସୁନାପୁର ଅଞ୍ଚଳରେ ପାନୀୟ ଜଳ ଉତ୍ସ ନଥିବା ହେତୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବ୍ୟବସ୍ତା କରାଯାଉଥିବା ବେଳେ ଚାଷୀ ମାନଙ୍କ ପାଇଁ ଚଉଦ ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ କରାଯାଇଅଛି। ବାହୁଦା ନଦୀ ଆନିକଟ ନିକଟରେ ବେରେଜ ନିର୍ମାଣ କରି ଲୋକଙ୍କୁ ସୁବିଧା କରାଯିବା ଯୋଜନା କରାଯାଉଛି l ସବୁଠାରୁ ଦୁର୍ଗମ ଆନ୍ଧ୍ର ଓଡିଶା ସୀମାନ୍ତ ଗ୍ରାମ ଗୁଡିକୁ ସଞ୍ଜଗୀ କରଣ ନିମନ୍ତେ ସୁଦୀର୍ଘ ରାସ୍ତା ନିର୍ମାଣ କରିବା ଏପରି ଅନେକ ଗୁଡ଼ିଏ ଯୋଜନା ବିଷୟରେ ଅତିଥି ମାନେ ଲୋକଙ୍କୁ ବୁଝାଇ କହିଥିଲେ। ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ ପି ଆର ଆଇ ମେମ୍ବର, ଅଫିସ୍ କର୍ମଚାରୀ ଓ ଦଳୀୟ କର୍ମୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅତି ସଫଳ ରୂପାୟନ ହୋଇପାରିଥିଲା।
