You are currently viewing ମୌଳିକ ସୁବିଧାରୁ ଭୁଶୁଣ୍ଡା ଗ୍ରାମର ଜନସାଧାରଣଙ୍କୁ ବଞ୍ଚିତ ନକରିବା ପାଇଁ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀଙ୍କ ଦାବୀ ।
ମୌଳିକ ସୁବିଧାରୁ ଭୁଶୁଣ୍ଡା ଗ୍ରାମର ଜନସାଧାରଣଙ୍କୁ ବଞ୍ଚିତ ନକରିବା ପାଇଁ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀଙ୍କ ଦାବୀ ।

ବ୍ରହ୍ମପୁର , ୧୩/୦୨ -:- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଅଧୀନ ଭୁଶୁଣ୍ଡା ଗ୍ରାମ ଉତ୍ତର ସାହିରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତର ସଂଯୋଗ ହୋଇପାରିନାହିଁ l ଦୀର୍ଘ ୧୧ ବର୍ଷ ଧରି ବିଦ୍ୟୁତ୍ ନଥିବା କାରଣରୁ ସାହି ବାସିନ୍ଧା ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଆଜି ବିଜେପି ପୂର୍ବତନ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ତତ୍ୱାବଧାନତାରେ ସାହି ବାସୀ ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ ରାକେଶ ପାତ୍ରଙ୍କୁ ଏକ ଦାବୀ ପାତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ସମସ୍ୟାର ସମାଧାନ କରିବା ସହିତ ବିଜୁ ବିଦ୍ୟୁତ୍ ଯୋଜନାରେ ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ପ୍ରଟିସ୍ମୃତି ଦେଇଛନ୍ତି ଶ୍ରୀ ପାତ୍ର । ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଂଚାୟତର ଭୁଶୁଣ୍ଡା ଗ୍ରାମରେ ପାନୀୟ ଜଳର ଅନେକ ଅସୁବିଧା ରହିଛି l ଆଜକୁ ପ୍ରାୟ ୧୩ ବର୍ଷ ପୂର୍ବେ ବ୍ଲକ ଦ୍ଵାରା ନିର୍ମିତ ନଳକୂପ ସବୁ ଅକାମି ହୋଇ ପଡ଼ିରହିଛି l ଗ୍ରାମବାସୀ ପୋଖରୀର ଦୂଷିତ ପାଣି ବ୍ୟବହାର କରି ଅନେକ ରୋଗର ଶିକାର ହେଉଛନ୍ତି । ଆଜି ପୂର୍ବତନ ବିଜେପି ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଗ୍ରାମବାସୀ ବ୍ଲକ ସମ୍ମୁଖରେ ଗଣ ଧାରଣା ଦେବା ସହ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକରୀଙ୍କୁ ଦାବୀ ପତ୍ର ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ସମସ୍ୟାର ସମାଧାନ ନହେଲେ ଏହା ବଡ ଆନ୍ଦୋଳନର ରୂପ ନେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଂଚାୟତର ଭୁଶୁଣ୍ଡା ଗ୍ରାମର ଚାଷ ଜମିକୁ ଜଳସେଚନ ଉଦ୍ୟେଶରେ କରାଯାଇଥିବା ନାଳ ଗାଁ ଛକରେ ଅଟକି ରହିଛି l ଯଦ୍ଵାରା ଦୂଷିତ ପାଣି ଜମି ଦୃଗନ୍ଧ ବାହାରିବା ସହ ମଶା, ମାଛି ଜନ୍ମ ନେଉଛନ୍ତି । ସାଗର ଜମିକୁ ନାଳ ଦ୍ଵାରା ନିଷ୍କାସିତ କରାଇ ଚାଷଜମିକୁ ଜଳ ସେଚନ ପକ୍ରିୟା କାମ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ଵାରା ପ୍ରାୟ ୧୦ବର୍ଷ ପୂର୍ବେ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ଯାଏଁ କାମ ସମ୍ପୂର୍ଣ ହୋଇନାହିଁ l ଏବେ ଏହି ନାଳ ଗ୍ରାମ ମଝିରେ ଅଟକି ରହିଛି ଓ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଦିଗପହଣ୍ଡି ଉପନିର୍ବାହୀ ଯନ୍ତ୍ରୀ ସୂରିତ କୁମାର ଦାସଙ୍କୁ ବିଜେପି ପୂର୍ବତନ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଓ ଗ୍ରାମବାସୀ ସମସ୍ୟାର ସମାଧାନ ପାଇଁ ସାକ୍ଷାତ ପାଇଁ ଯାଇଥିବା ବେଳେ ସେ ଉପସ୍ଥିତ ନଥିବାରୁ ନିରାଶ ହୋଇ ଫେରି ବ୍ରହ୍ମପୁର କ୍ଷୁଦ୍ର ଜଳ ସେଚନ ବିଭାଗର ଅଧିକାରୀ ଲଷ୍ମୀକାନ୍ତ ତ୍ରିପାଠୀଙ୍କୁ ଫୋନ ମଧ୍ୟମରେ ଯୋଗାଯୋଗ କରିଥିଲେ କିନ୍ତୁ ସେ କୋୖଣସି ପ୍ରତିକ୍ରିୟା ଦେଲେ ନାହିଁ l ଶ୍ରୀକାନ୍ତ ପାଢ଼ୀ ଙ୍କ ସମେତ କୃଷ୍ଣ ସାସମଲ ଓ ସୀମା ସାସମଲ, ନାରାୟଣ ମଲ୍ଲିକ, କାଳିଆ ଦୋରା, ସୁନାମ ପ୍ରଧାନ, ପ୍ରଦୀପ ପ୍ରଧାନ, କୃଷ୍ଣ ଦୋରା ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ l