You are currently viewing ଓଡ଼ିଶା ପ୍ରତି କେନ୍ଦ୍ର ଅବିଚାର ବିରୋଧରେ ସାନଖେମୁଣ୍ଡି ବିଜେଡ଼ିର ବିକ୍ଷୋଭ।
ଓଡ଼ିଶା ପ୍ରତି କେନ୍ଦ୍ର ଅବିଚାର ବିରୋଧରେ ସାନଖେମୁଣ୍ଡି ବିଜେଡ଼ିର ବିକ୍ଷୋଭ।

ସାନଖେମୁଣ୍ଡି ୧୬/୨ (ବିନାୟକ ଦାଶ): କେନ୍ଦ୍ର ବିଜେପି ସରକାର ଗରିବଙ୍କ ମୁହଁରୁ ଆହାର ଛଡ଼ାଇ ନେଇଛନ୍ତି। ସଙ୍ଘୀୟ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଓଡ଼ିଶା କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରୁ ବାଦ୍ ଦେଇଛନ୍ତି। ଚାଷୀଙ୍କୁ ସେମାନଙ୍କ ଅଧିକାର ଦେଉନାହାନ୍ତି। ସ୍ଵାଭିମାନୀ ଓଡ଼ିଶାବାସୀ କ୍ରମାଗତ ଭାବେ କେନ୍ଦ୍ର ଶୋଷଣ ଅବହେଳା ଓ ଉପେକ୍ଷାର ଶିକାର ହୋଇଛନ୍ତି। ଓଡ଼ିଶା ରେ ବିଜେପି ସଂଘ ପରିବାର ଅରାଜକତା ଚଲାଇଛି। ମହିଳା ପୋଲିସ ଅଧିକାରୀଙ୍କୁ ବିଜେପି ବିଧାୟକଙ୍କ ମାଡ଼ ଓ ଉତ୍କଳ ବିଶଵବିଦ୍ୟାଳୟରେ ସଂଘ ପରିବାରର ଅରାଜକତା ଘଟଣା ବିଜେପିର ଅସଲ ଚେହେରା ପଦାରେ ପଡ଼ିଛି। ସମ୍ବିଧାନ ଓ ସଙ୍ଘୀୟ ବ୍ୟବସ୍ଥାରେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ ପୁନଃ ବଣ୍ଟନ ପୂର୍ବ ଭଳି ଧାର୍ଯ୍ୟ ପରିମାଣରେ ଚାଉଳ ଉଠାଇବା ଧାନ କିଣା ବାବଦରେ ବକେୟା ସବସିଡି ତୁରନ୍ତ ପ୍ରଦାନ କରିବା ଗରିବ ଓ ଚାଷୀ ମାରଣ ନୀତିକୁ ପ୍ରତ୍ୟାହାର କରିବା। ଓଡ଼ିଶା ପ୍ରତି କ୍ରମାଗତ କେନ୍ଦ୍ରୀୟ ଅବିଚାର ବନ୍ଦ କରିବା ଦାବିରେ ଆଜି ସାନଖେମୁଣ୍ଡି ବିଜେଡ଼ି ପକ୍ଷରୁ ବ୍ଲକ୍ ଅଫିସ୍ ସମ୍ମୁଖରେ ପ୍ରତିବାଦ କରାଯାଇଛି। ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ବ୍ଲକ୍ ସଭାପତି ନୀଳମାଧବ ରାଉତ ଧରାକୋଟ ବ୍ଲକ୍ ସଭାପତି ସଞ୍ଜୟ ସ୍ୱାଇଁ ମହିଳା ସଭାନେତ୍ରୀ ମମତା କୁମାରୀ ପ୍ରଧାନ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ ଅମିନ ପ୍ରଧାନ ସଭ୍ୟା ମାମାନି ପାତ୍ର ବରିଷ୍ଠ ନେତା ଉପାଧ୍ୟକ୍ଷା ପ୍ରତିନିଧି ସଞ୍ଜୟ ନାୟକ ଗୋବିନ୍ଦ ସ୍ୱାଇଁ ସହଦେବ ପ୍ରଧାନ ଧୋବା ସ୍ୱାଇଁ ସଂଗ୍ରାମ କେଶରୀ ବିଷୋୟୀ ସରପଞ୍ଚ ସନ୍ତୋଷ ବିଷୋୟୀ ସିମାଞ୍ଚଳ ଗୌଡ ଏ କୈଳାସ ପାତ୍ର ଜି ସୋମନାଥ ପାତ୍ର କାମେଶ୍ୱର ପାତ୍ର ଏ ପ୍ରଶାନ୍ତ ରେଡିଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ। ବ୍ଲକ୍ ବିଡ଼ିଓ ଗାୟତ୍ରୀଦତ୍ତ ନାୟକ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧ୍ୟେଶରେ ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।