ପୁରୀ,୪/୭-ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ
ଭିଆଇପି ରୋଡ ସ୍ଥିତ ଭେନସନ ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ ଓ ରାଜ୍ଯ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଯୋଗଦେଇ ବୁଥ ସ୍ତରରୁ ଯୁବ କଂଗ୍ରେସକୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ଉତ୍ତମ ଆଚାର୍ଯ୍ଯ,ଯୁବ କଂଗ୍ରେସର ମାର୍ଗଦର୍ଶକ ସୁକାନ୍ତ ପ୍ରଧାନ, ଜିଲ୍ଲା କଂଗ୍ରେସ ଓବିସି ସେଲର ପୂର୍ବତନ ସଭାପତି ରଶ୍ମୀକାନ୍ତ ସାହୁ ଯୋଗ ଦେଇଥିଲେ । ଜିଲ୍ଲାରେ ଯୁବ କଂଗ୍ରେସକୁ ସଂଗଠିତ କରି କଥା କୁହା ସରକାର ଓ ଆଞ୍ଚଳିକ ଦଳର ୨୪ ବର୍ଷର କୁଶାସନ ବିରୋଧରେ ସାଲିସ ବିହୀନ ସଂଗ୍ରାମ କରିବା ପାଇଁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାଶ ଆହ୍ୱାନ ଦେଇଥିଲେ ।
ଏହି ବୈଠକରେ ଜିଲ୍ଲାର ୧୧ଟି ବ୍ଲକରୁ ଯୁବ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇଥିଲେ ।
