ପୁରୁଷୋତ୍ତମପୁର ତା-୧୮/ ୧୨/ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଦିନ 11 ଘଣ୍ଟିକା ସମୟରେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ପୌରୋହିତ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବାର୍ଦ୍ଧକ୍ୟ ଭତା ପ୍ରଦାନ ନିମନ୍ତେ ମେଳା ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ୱାର୍କ ଅଡର ୬୭ ଜଣଙ୍କୁ ଏବଂ ୨୫ ଜଣକୁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ | ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା,ଆସ୍କା ସାସଂଦ ପ୍ରତିନିଧି ପ୍ରେମାନନ୍ଦ ସାହୁଙ୍କ ସହ ସମସ୍ତ ୱାର୍ଡ ସଭ୍ୟ ଅରୁଣ କୁମାର ମହାଙ୍କୁଡ, ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା,ଭବାନୀ ଶଙ୍କର ନାହାକ, ଲିଙ୍ଗରାଜ ବେହେରା, କେ ପ୍ରମୋଦ ଅଚାରୀ, ସଭ୍ୟା ଯମୁନା ବେହେରା, ସୁଜତା ବେହେରା,କାଉନସିଲର ପ୍ରତିନିଧି ଭାଗିରଥି ବେହେରା, ରଞ୍ଜନ ବେହେରା,ବିଶ୍ଵଭୂଷଣ ମହାପାତ୍ର ,ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ୱାର୍ଡର ଉନ୍ନତି କରିବା ପାଇଁ ଆଲୋଚନା କରିଥିଲେ l

ଏଥିରେ ଏନଏସି ର ବରିଷ୍ଠ ସହାୟକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ପିଙ୍ଗୁଆ, ରଶ୍ମିରାଣୀ ନାୟକ,ରଞ୍ଜିତା କୁମାରୀ ପଣ୍ଡା, ପ୍ରଧାନମନ୍ତି ଆବାସ ଯୋଜନାରର ଏକ୍ସପଟ ଭଟ୍ଟମିଶ୍ର, ସଂଗ୍ରାମ କେଶରୀ ନାୟକ, ବିକ୍ରମ ବେହେରା,ବରୁଣ କୁମାର ବେହେରା ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ l

ଶେଷରେ ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଅଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ ପ୍ରସନ୍ନ କୁମାର ଦାସ
