You are currently viewing ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଭାଜପାର ମହାଜନ ସଂପର୍କ ଅଭିଯାନର “ଗରିବ କଲ୍ୟାଣ ସମାବେଶ” ରେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷ ମୁଖ୍ୟ ଅତିଥି ଭାବେ ଯୋଗଦାନ
ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଭାଜପାର ମହାଜନ ସଂପର୍କ ଅଭିଯାନର “ଗରିବ କଲ୍ୟାଣ ସମାବେଶ” ରେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷ ମୁଖ୍ୟ ଅତିଥି ଭାବେ ଯୋଗଦାନ

ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇପୁର ପଞ୍ଚାୟତ ର ଗୌଡ଼ କୋଠଘରେ ଠାରେ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ସେବା ସୁଶାସନ ଓ ଗରିବ କଲ୍ୟାଣ ଯୋଜନାରେ ମହାଜନ ସଂପର୍କ ଅଭିଯାନରେ ଆୟୋଜିତ “ଗରିବ କଲ୍ୟାଣ ସମାବେଶ” ରେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷଙ୍କ ମୁଖ୍ୟ ଅତିଥି ଭାବେଏକ ବୈଠକ ରେ ଯୋଗ ଦେଇଥିଲେ |

ଏହାକୁ ଖଲ୍ଲିକୋଟ ବିଜେପି ପାର୍ଥୀ ଭାରତୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଥିଲା | ଅନ୍ୟ ସମ୍ମାନିତ ଅତିଥି ଭାବେ ଘୁମୁସର ଜିଲ୍ଲା ସଭାପତି ଗୋକୁଳା ନନ୍ଦ ମଲ୍ଲିକ, ରାଜ୍ୟ ବିଜେପିଉପସଭାପତି ଅନିତା ଶୁଭ ଦର୍ଶିନୀ, ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ବିଜେପିର ଘୁମୁସର ଜିଲ୍ଲା ସାଧରଣ ସମ୍ପାଦକ ତଥା ସଂଯୋଜକ ଅନିଲ କୁମାର ପଣ୍ଡା, ଘୁମୁସର ଜିଲ୍ଲା ସଦସ୍ୟତଥା ଭାଟ କୁମରଡ଼ା ମଣ୍ଡଳ ସଭାପତି ବ୍ଳକ ଉପସଭାପତି କୋରନାଥ ସ୍ବାଇଁ, ଯଜ୍ଞ ଦାଶ ସଂଯୋଜକ ଖଲ୍ଲିକୋଟନିର୍ବାଚନ ମଣ୍ଡଳୀ, ଶେଷଦେବ ପଣ୍ଡା, ଲିଟୁନ ଦାଶ, ସୁକାନ୍ତ ଦାସ, ଙ୍କ ସହିତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ | ଏହାସହ ସମସ୍ତ ଉପସ୍ଥିତ ମଞ୍ଚାସିନ ଅତିଥି ମାନେ ବିଜେଡି ର କୁଶାସନ ସହିତ କେନ୍ଦ୍ର ସରକାର ଙ୍କ ସବୁ ଯୋଜନାକୁ କପିପେଷ୍ଟ କରି ବିଜୁ ବାବୁଙ୍କ ନାମରେ ମୁଖ୍ୟମନ୍ତ୍ରୀ କରିବାରେ ସିଦ୍ଧହସ୍ତ ବୋଲି ମତ ଦେଇଥିଲେ |

ତେଣୁ ମନ୍ତ୍ରୀଙ୍କ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ସବୁ ସେବାସୁଶାସନ ସହିତ ଗରିବ କଲ୍ୟାଣ ଯୋଜନା କୁ ସମସ୍ତ ଜନସାଧାରଣ ଙ୍କ ପାଖରେ ପହଞ୍ଛା ଇବାକୁ ସେଆଜି ଏହି ବୈଠକରେ ଆହ୍ୱାନ ଦେଇଥିଲେ | ଶେଷରେ ଯଜ୍ଞ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ | ତେବେ ମନ୍ତ୍ରୀ ସେଠାରୁ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଦେବୀ ମା ତାରା ତାରିଣୀ ଙ୍କୁ ଦର୍ଶନ କରି ପୁରୁଷୋତ୍ତମପୁର ଠାରେ ଦଳୀୟ ଅଫିସ କୁ ଉଦଘାଟସନ କରି ଗୁଡ଼ିଆଳି ଏକ କାର୍ଯ୍ୟକ୍ରମ ରେଯୋଗ ଦେବା ଅବସର ରେ
କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷଙ୍କୁ ଘୁମୁସର ଜିଲ୍ଲା ତରଫରୁ ପାଣ୍ଡିଆ ମଣ୍ଡଳର ବଡ଼ଖରିଡା ଠାରେ ସ୍ବାଗତ କରା ଯାଇଥିଲା | ରିପୋର୍ଟ ପ୍ରସନ୍ନ କୁମାର ଦାସ