You are currently viewing ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ବେଗୁନିଆପଡ଼ା ବ୍ଳକରେ ବିଜେପିର ଗଣଧାରଣା।
ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ବେଗୁନିଆପଡ଼ା ବ୍ଳକରେ ବିଜେପିର ଗଣଧାରଣା।

କୋଦଳା
ଧାନମଣ୍ଡିରୁ ଧାନ ଉଠୁନି। ଏପଟେ ଆଉ ୩ ଦିନ ପରେ ସରିବ ଟୋକେନ୍ ଅବଧି। ଏଭଳି ଅବ୍ଯବସ୍ଥାକୁ ନେଇ ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ଯନ୍ତ ଗଣଧାରଣା ଦେଉଛି ବିଜେପି। ବିଜେପି ନେତା ପ୍ରତାପ ନାୟକଙ୍କ ନେତୃତ୍ବରେ ଏହି ଗଣଧାରଣା ଦିଆଯାଉଥିବା ବେଳେ ଯେ ପର୍ଯ୍ୟନ୍ତ ସରକାର ଓ ପ୍ରଶାସନ ଚାଷୀଙ୍କ ଧାନ କ୍ରୟ ନ କରିଛନ୍ତି ସେ ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି କହିଛନ୍ତି ବିଜେପି ନେତା।
ବେଗୁନିଆପଡ଼ା ବ୍ଳକରେ ମିଲରମାନେ ଠିକ୍ ଭାବେ ଧାନ କ୍ରୟ କରୁନଥିବା ଯୋଗୁଁ ବିଭିନ୍ନ ମଣ୍ଡିରେ ଶହ ଶହ ସଂଖ୍ଯାରେ ଧାନ ବସ୍ତା ବିକ୍ରି ନହୋଇ ପଡିରହିଛି। ଆସନ୍ତା ୨୧ ତାରିଖରୁ ଚାଷୀଙ୍କ ଟୋକେନ୍ ଲାପସ୍ ହେବାକୁ ଯାଉଥିବା ବେଳେ ଏହି ସମସ୍ଯାକୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛି ବିଜେପି। ଚାଷୀମାନେ ବିଭିନ୍ନ ମଣ୍ଡିରେ ଧାନ ଜମା କରିଥିବା ବେଳେ ଧାନ କେବେ ବିକ୍ରି ହେବ ସେ ନେଇ ଦ୍ୱନ୍ଦରେ ରହିଛନ୍ତି। ଟୋକେନ୍ ଲାପସ୍ ହେବାକୁ ଆଉ ମାତ୍ର ୩ ଦିନ ବାକି ଥିବାବେଳେ ତୁରନ୍ତ ଧାନମଣ୍ଡିରୁ ଧାନ ଉଠାଇବାକୁ ଦାବି କରିଛି ବିଜେପି ।ନଚେତ୍ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ଯନ୍ତ ଗଣଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।