You are currently viewing ଲଛିପୁର ରେ ଦୋଳ ପୁର୍ଣିମା ଉପଲକ୍ଷେ ମଞ୍ଚସ୍ଥ ନାଟକ କୁ ଉଦଘାଟନ କଲେ ବିଧାୟିକା
ଲଛିପୁର ରେ ଦୋଳ ପୁର୍ଣିମା ଉପଲକ୍ଷେ ମଞ୍ଚସ୍ଥ ନାଟକ କୁ ଉଦଘାଟନ କଲେ ବିଧାୟିକା

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

ପବିତ୍ର ଦୋଳ ପୁର୍ଣିମା ଉପଲକ୍ଷେ ଚାରିଆଡେ ଉତ୍ସବ ମୁଖର ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସାନ ଉସ୍ତାପଡ଼ା ପଂଚାୟତ ର ଲଛିପୁର ରେ ମଞ୍ଚସ୍ଥ ହୋଇଛି ଏକ ସାମାଜିକ ନାଟକ ! ମା ବୃନ୍ଦାବତୀ ନାଟ୍ୟ ସଂଘ ର ଅଷ୍ଟମ ଅବଦାନ ରେ ମଞ୍ଚସ୍ଥ ସାମାଜିକ ନାଟକ ମାୟା ନାଗରୀରେ ମିଛ ବନ୍ଧନ କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ! ଦୋଳ ପୂର୍ଣ୍ଣମା ଓ ହୋଲି ପର୍ବ ର ମାହାତ୍ମ୍ୟ ଓ ନାଟକ ମାଧ୍ୟମରେ ଭାଇ ଚାରା ସୃଷ୍ଟି ସହ ଲୋକଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ର ବିକାଶ ଉପରେ ଆଲୋକପାତ କରିଥିଲେ ! ଏଥିରେ ବିଜେଡି ସଭାପତି ସୀମାଞ୍ଚଳ ସାମଲ, ବରିଷ୍ଠ ସହିତିକ ମହେଶ୍ୱର ବରଡ଼ ଜିଲ୍ଲା ପରିଷଦ ସଭ୍ୟ କଲ୍ୟାଣି ପାତ୍ର ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ସମବାୟ ନିର୍ଦେଶକ ହୃଷିକେଶ ମେହେଣା, ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ,ସନ୍ତୋଷ ବିଶ୍ୱାଳ, ସମୀର କୁମାର ଶତପଥୀ, ଶିବ ଶଙ୍କର ବାରିକ, ସରପଞ୍ଚ ପ୍ରତିନିଧି ଦଣ୍ଡୁ ପ୍ରଧାନ,ସମିତି ସଭ୍ୟଝୁନୁ ପଲାଇ,ସମବାୟ ସଭାପତି ପଦ୍ମ ଚରଣ ପଲାଇ, ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ପଲାଇ ,ଛଇଲ ପଳାଇ, ସମାଜ ସେବୀ ସୁରେଶ ସେନାପତି, ସୁଶାନ୍ତ ଗୌଡ଼, ଟୁକୁନ ସ୍ବାଇଁ,ପ୍ରକାଶ ଚନ୍ଦ୍ର ପଲାଇ ଓ ପଂଚାୟତ ର ସବୁ ସମାଜ ସେବୀ ଓ ଲଛିପୁର ଗ୍ରାମ ବାସୀ,ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ !