You are currently viewing ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ତଦନ୍ତ କରିବ ଆମେରିକୀୟ ତଦନ୍ତକାରୀ ସଂସ୍ଥା
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ତଦନ୍ତ କରିବ ଆମେରିକୀୟ ତଦନ୍ତକାରୀ ସଂସ୍ଥା

ଭୁବନେଶ୍ୱର। ଆଗାମୀ ଦିନରେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ତଦନ୍ତରେ ନୂଆ ମୋଡ଼ ଦେଖିବାକୁ ମିଳିବ। ଏବେ ଏହି ହତ୍ୟା ମାମଲାର ତଦନ୍ତ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBI (Federal Bureau of Investigation) କରିବ। ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏ ନେଇ ସୂଚନା ଦେଇଛନ୍ତି।

ନବ ଦାସ ମର୍ଡର କେସ୍‌ର ପ୍ରାୟ ୨୫ ଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ପାଟି ଫିଟାଇଛନ୍ତି। ଏହି ଘଟଣାକୁ ନେଇ ସେ ଗୃହରେ କହିଛନ୍ତି, ଜାନୁଆରୀ ୨୯ ତାରିଖରେ ଏଏସ୍ଆଇ ଗୋପାଳ ଦାସର ଗୁଳିରେ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହେବା ପରେ, ସେହି ଦିନ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ତଦନ୍ତରେ ସ୍ୱଚ୍ଛତା ପାଇଁ ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି. ଦାସଙ୍କ ଦ୍ୱାରା ତଦନ୍ତର ତଦାରଖ କରାଯାଉଥିବା କଥା ବି କହିଛନ୍ତି।

ସେପଟେ ନବ ଦାସ ହତ୍ୟା ମାମଲାରେ ଗୃହରେ ବିବୃତି ରଖିବା ବେଳେ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। ନବ ଦାସ ହତ୍ୟା ଘଟଣା ପରଠୁ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷୁଥିବା ବେଳେ ଏଥର ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ବିଜେପି ପାଖରେ ଆଉ କୌଣସି ପ୍ରସଙ୍ଗ ନଥିବାରୁ ଅଯଥାରେ ଏହାକୁ ରାଜନୈତିକ ପ୍ରସଙ୍ଗ କରୁଛି। ଜଣେ ପୋଲିସ ପାଇଁ ପୁରା ଫୋର୍ସକୁ ଦୋଷୀ କରାଯିବା ଦୁର୍ଭାଗ୍ୟଜନକ। ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେବ। ଏଭଳି କରି ରାଜ୍ୟ ବିଜେପି ଓଡିଶାର ସମସ୍ତ ଯୁବପିଢିଙ୍କୁ ଅପମାନିତ କରୁଛି। ଏଥିପାଇଁ ଓଡ଼ିଶାବାସୀ କ୍ଷମା ଦେବେନାହିଁ।’