You are currently viewing ପାଟପୁର ଲକ୍ଷ୍ମୀ ମନ୍ଦିର ପରିସରରୁ ବିଜେପିର ବୁଥ ବିଜୟ ଅଭିଯାନରୁ ଆରମ୍ଭ ଉତ୍ତମ ପାଣିଗ୍ରାହୀଙ୍କ ନିର୍ବାଚନ ପ୍ରଚାର
ପାଟପୁର ଲକ୍ଷ୍ମୀ ମନ୍ଦିର ପରିସରରୁ ବିଜେପିର ବୁଥ ବିଜୟ ଅଭିଯାନରୁ ଆରମ୍ଭ ଉତ୍ତମ ପାଣିଗ୍ରାହୀଙ୍କ ନିର୍ବାଚନ ପ୍ରଚାର

ସାନଖେମୁଣ୍ଡି ୧୯/୦୪/୨୪ (ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଲକ୍ଷ୍ମୀ ମନ୍ଦିର ପରିସରରେ ବିଜେପି ର ବୁଥ ବିଜୟ ଅଭିଯାନ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ସୀମିତ ସମୟ ରହିଥିବା ବେଳେ ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ଯୁବ ସଂଗଠକ ତଥା ବରିଷ୍ଠ ବିଜେପି ନେତା ଇଂ ଉତ୍ତମ ପାଣିଗ୍ରାହୀଙ୍କ ପ୍ରତି ଆସ୍ଥା ପ୍ରକଟ କରିଛି ଇଂ ଉତ୍ତମ କୁମାର ପାଣିଗ୍ରାହୀ ସାନଖେମୁଣ୍ଡି ବିଜେପିରୁ ବିଧାୟକ ପ୍ରାର୍ଥୀ ଚୟନ ପରେ ଅଞ୍ଚଳ ବିଜେପି କର୍ମୀ ଏବଂ.

ସଙ୍ଗଠକଙ୍କ ଉତ୍ସାହ ବହୁଗୁଣିତ ହୋଇଥିବା ଜଣାପଡିଛି ତୃଣମୂଳ ସ୍ତରରେ ରହିଥିବା କର୍ମୀଙ୍କ ଦଳୀୟ ଆଗ୍ରହ ଓ ଉଦ୍ଧିପନା ଆଧାରରେ ବିଜେପି ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ଦଳୀୟ ସଙ୍ଗଠକ ଓ କର୍ମୀଙ୍କୁ ନେଇ ଆଜି ପାଟପୁର ସ୍ଥିତ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ପରିସରରୁ ବିଜେପିର ବୁଥ ବିଜୟ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପାଟପୁର ଗ୍ରାମରେ ପଦଯାତ୍ରା ଆୟୋଜନ କରି ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଛନ୍ତି ।

ମହାଲକ୍ଷ୍ମୀ ମନ୍ଦିର ପରିସରରେ ଆୟୋଜିତ ବୁଥ ସ୍ଥାରୀୟ ଅଭିଯାନ ସମାବେଶରେ ବିଧାୟକ ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ , ବ୍ଲକ୍ ବିଜେପିର ପ୍ରମୁଖ ସଂଗଠକ ଗଦାଧର ସ୍ବାଇଁ , ବିଜେପି ମହିଳା ନେତ୍ରୀ ତଥା ବ୍ରହ୍ମପୁର ମହାନଗର ନିଗମ ବିଜେପି ମେୟର ପ୍ରାର୍ଥୀନୀ ଡଃ ସବିତା ସୁଆର , ପ୍ରଭାରୀ ଦୁର୍ଗା ମାଧବ ପଠନୟକ , ଶେଷଦେବ ପଣ୍ଡା ଟି ଗୋବିନ୍ଦପୁର ପୂର୍ବତନ ସରପଂଚ ମଙ୍ଗଳା ଗମାଙ୍ଗଙ୍କ ସହ ମଣ୍ଡଳ ସଭାପତି ଲିଟୁ ପ୍ରଧାନ , ସନାତନ ନାୟକ ଗୌତମ ରାଣା , ମନୋରଞ୍ଜନ ସାହୁ , ନାରାୟଣ ହୋତା ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ କର୍ମୀ

ସଙ୍ଗଠକଙ୍କୁ ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଙ୍କ ସରକାରରେ ବିକାଶର ପରିଭାଷା ସମ୍ପର୍କରେ ଅନୁପ୍ରାଣିତ କରିଥିଲେ ଅବକି ବାର ଫିର ମୋଦି ସରକାରକୁ ବିଜୟୀ କରି ଏକ ବିକଶିତ ଭାରତର ଦୃଢ଼ୀକରଣ ପାଇଁ ବିଜେପିର ବାର୍ତାକୁ ଘରେ ଘରେ ପହଞ୍ଚାଇବାକୁ ଉପସ୍ଥିତ ପାଞ୍ଚ ଶହରୁ ଉର୍ଦ୍ଧ ଅନୁଗତ ମହିଳା ପୁରୁଷ କର୍ମୀ ଏବଂ ମଣ୍ଡଳ ସ୍ତରୀୟ ସଂଗଠକଙ୍କ ସମାବେଶକୁ ଉଦବୋଧନ ଦେଇଥିଲେ ।

ଶେଷରେ ଲକ୍ଷ୍ମୀ ମନ୍ଦିରରୁ ବିଜେପି କାଯ୍ୟାଳୟ ପଯ୍ୟନ୍ତ ପାଞ୍ଚ ସହ ରୁ ଉଦ୍ଧ ମହିଳା ଓ ପୁରୁଷ ପଦଯାତ୍ରା ରେ ସାମିଲୀ ହୋଇଥିଲେ

ରିପୋର୍ଟର : ରଘୁନାଥ ନାୟକ