କବିସୂର୍ଯ୍ୟନଗର
୭୭ ତମ ସ୍ବାଧୀନତା ଦିବସକୁ ଧୁମଧାମରେ ପାଳନ କରିଛନ୍ତି ହର ବାହିନୀ। ବିଶାଳ ତ୍ରିରଙ୍ଗା ବାଇକ୍ ରାଲି ସହ ଦେଶାତ୍ମବୋଧକ ସଙ୍ଗୀତରେ ଦୁଲୁକିଲା କୋଦଳା ଠାରୁ କବିସୂର୍ଯ୍ୟନଗର। ୧ ହଜାରରୁ ଊର୍ଦ୍ଧ୍ବ ମୋଟରସାଇକେଲ ସାମିଲ ହୋଇ ସ୍ବାଧୀନତା ଦିବସର ଖୁସିକୁ ଦ୍ବିଗୁଣିତ କରିବା ସହ ଏହାକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି ହର ବାହିନୀ। ମଂଗଳବାର କୋଦଳା ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁଙ୍କ ନେତୃତ୍ବରେ ବେଶ୍ ଆନନ୍ଦ ଉଲ୍ଲାସର ସହ ଜାତୀୟ ଦିବସ ତଥା ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳୁ ଏନେଇ ଏକ ବିରାଟ ବାଇକ୍ ଶୋଭାଯାତ୍ରା କୋଦଳା ଠାରୁ ବାହାରି ଦେଶାତ୍ମବୋଧକ ସଙ୍ଗୀତ ମାଧ୍ୟମରେ ତ୍ରିରଙ୍ଗା ପତାକାକୁ ଉଡାଇ କବିସୂର୍ଯ୍ୟନଗର ସହର ପରିକ୍ରମା କରାଯାଇଥିଲା । ପାଖାପାଖି ୧ ହଜାରରୁ ଊର୍ଦ୍ଧ୍ବ ବାଇକ୍ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଭାରତ ମାତାର ଜୟଗାନରେ କମ୍ପି ଉଠିଥିଲା ପରିବେଶ।
ଶୋଭାଯାତ୍ରା ପରେ ସ୍ଥାନୀୟ କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ୫ ହଜାରରୁ ଉର୍ଦ୍ଧ୍ବ ଜନତା। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ, କୋଦଳା ପୂର୍ବତନ ନଗରପାଳିକା ସୂନୀତା ପ୍ରଭା ସାହୁ, କବିସୂର୍ଯ୍ୟ ୟୁଥ୍ ଫୋରମ୍ ର ଆବାହକ ରଞ୍ଜିତା ସାହୁ, ଫୋରମର ଶହ ଶହ ସଂଖ୍ଯାରେ ଯୁବକ ମାନେ ଯୋଗ ଦେଇଥିଲେ। ଏଥିରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ବରିଷ୍ଠ କଳାକାର ମାନଙ୍କ ଦ୍ଵାରା ଏକ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ କବିସୂର୍ଯ୍ୟନଗର ମାଟିର ଟେକ ରଖିବା ପାଇଁ ପ୍ରତିଟି ନାଗରିକ ନିଜ ସ୍ବାଭିମାନ ବଜାୟ ରଖନ୍ତୁ। ଏ ଅଞ୍ଚଳ ନିଶ୍ଚିତ ଭାବେ ଓଡିଶାରେ ନାଁ କରିବ ବୋଲି କହିଛନ୍ତି ଶ୍ରୀ ସାହୁ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
