You are currently viewing ଶିକୁଳା ପଞ୍ଚାୟତରେ ବିଜେପିର ରଣହୁଙ୍କାର ।
ଶିକୁଳା ପଞ୍ଚାୟତରେ ବିଜେପିର ରଣହୁଙ୍କାର ।

କେନ୍ଦ୍ରୀୟ ଯୋଜନା ହଡ଼ପ ସହ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଓ ଅରାଜକତା ସରକାର ଚାଲିଥିବା ଅଭିଯୋଗ କରି କବିସୂର୍ଯ୍ୟନଗର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପୁରୁଷୋତ୍ତମପୁର ବ୍ଳକର ଶିକୁଳା ପଞ୍ଚାୟତରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ମଙ୍ଗଳବାର ଶିକୁଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ବିଜେପି କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।ବିଜେପି ରାଜ୍ୟ ପରିଷଦ ସଦସ୍ୟ ପ୍ରତାପ ନାୟକଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଧାନମଣ୍ଡି ସମସ୍ଯା, ଚାଷୀଙ୍କ ଠାରୁ ଉପଯୁକ୍ତ ମୂଲ୍ୟରେ ଧାନ କ୍ରୟ କରିବା, ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ଶିକୁଳା ପଞ୍ଚାୟତର ଚାଷୀମାନଙ୍କୁ ପଞ୍ଜିକରଣ କରାଯିବାକୁ ଦାବି ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଧକ୍ୟ ଭତ୍ତା, ରାସନ କାର୍ଡରେ ଦୁର୍ନୀତି ହୋଇଥିବା ଏବଂ ପିସି କାରବାର ହେଉଥିବା ଅଭିଯୋଗ କରିଛି ବିଜେପି। ଶିକୁଳା ପଞ୍ଚାୟତରେ ସ୍ବଚ୍ଛ ଭାରତ ଅଭିଯାନ ଦିଗହରା ହୋଇଥିବା, ଡ୍ରେନେଜ୍ ସମସ୍ଯା ଓ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଅଭିଯୋଗ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଏନେଇ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ତେବେ ଆଗାମୀ ଦିନରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ସବୁ ପଞ୍ଚାୟତରେ ଏଭଳି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ବିଜେପି ନେତା ପ୍ରତାପ ନାୟକ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।