You are currently viewing ହାହୋଲ୍ଲା ରେସରିଲା 5ତମପଞ୍ଚାୟତ ସମିତି ବୈଠକ –
ହାହୋଲ୍ଲା ରେସରିଲା 5ତମପଞ୍ଚାୟତ ସମିତି ବୈଠକ –

-ପୁରୁଷୋତ୍ତମପୁରବ୍ଳକ ର ବୈଠକ ହଲରେ ଆଜି 5ତମ ପଞ୍ଚାୟତ ସମିତି ବୈଠକବ୍ଳକ ଅଧକ୍ଷା ପିଙ୍କି ବେହେରା ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା | ଏଥିରେ ସମ୍ମାନୀୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ, କବିସୂର୍ୟ୍ଯ ନଗର ବିଧାୟିକା ଲତିକା ପ୍ରଧାନ, ବିଡ଼ିଓ ବିଜୟ କୁମାର ବେହେରା ଓଅତିରିକ୍ତ ତହସିଲଦାର ସୁନୀଲ କୁମାର ଟୁଡୁ ମଞ୍ଚାସିନ ଥିଲେ | କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ଗୃହରେ ପିସି କାରଣ ଯୋଗୁଁ ସରପଞ୍ଚ, ସମିତି ସଭ୍ୟ ଙ୍କ ବିଲ ଅଟକି ଯାଉଥିବା ନେଇ ସୁନାଥର ସରପଞ୍ଚ ଅନିଲ କୁମାର ନାହକ, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ ପ୍ରଶ୍ନ ପଚାରି ଥିଲେ | ବିଡ଼ିଓ ବ୍ଳକରେ ପିସି କାରବାର ହେଉନାହିଁ କହିବାରୁ ଯାହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ବିଡ଼ିଓ ଓ ଦୁଈ ସରପଞ୍ଚ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା |ଏହାକୁ ନେଇ ଅନ୍ୟ ସରପଞ୍ଚ ସୁଧାକର ଗୌଡ଼, ଶିକୁଳା ସମିତି ସଭ୍ୟ କୁମୁଦ ବେହେରା ଓ ସମିତି ସଭ୍ୟ ମାନେ ମଧ୍ୟ ଦୁଈ ସରପଞ୍ଚଙ୍କୁ ସହଯୋଗ କରିଥିଲେ | ବିଡ଼ିଓ କହିଲେ ଯଦି ମୁତମ କାମ ଠିକ ରେ କରିପାରୁନି ତେବେ ମୋତେ ବଦଳି କରିଦିଅ କହିଥିଲେ | ଏବଂ ଜଣେ ପ୍ରଶାସନିକ ଅଧିକାରୀ ଙ୍କୁ ଏହିଭଳି ହାତ ଦେଖାଇ କହିବା କେତେ ଦୂର ଠିକ ଅଛି ବୋଲି କହିଥିଲେ | ତେବେ ଖଲ୍ଲିକୋଟ ବିଧାୟିକା ଙ୍କ ହସ୍ତକ୍ଷେପ ପରେ ଏହା ଶାନ୍ତି ପଡିଥିଲା | ତେବେ ସୁଧାକର ଗୌଡ଼ ଙ୍କ ପ୍ରଶ୍ନ ଥିଲା ବ୍ଳକ କଣ୍ଟିଜେନ୍ସ ଟଙ୍କା କେଉଁ ବାବଦରେ କେତେ ଖର୍ଚ୍ଚ ହୋଇଛି ଉତ୍ତର ରେ ଦୁଇଗୋଟି ଏସି ଓ ୱାଇରିଙ୍ଗ ରେ 6ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଉତ୍ତର ରେ ଅଧିକାଂଶ ସରପଞ୍ଚ, ସମିତି ସଭ୍ୟ ଏହାର ଉତ୍ତର ରେ ଖୁସି ନଥିଲେ | ତେବେ ପୁନର୍ବାର ପାଣ୍ଡିଆ ସମିତି ସଭ୍ୟ ସିମାଞ୍ଚଳ ଗୌଡ଼ ମିଶନ ଶକ୍ତି ଗୃହ ନିର୍ମାଣ ରେ ବିଦ୍ୟୁତ ସଂଯୋଗୀ କରଣ ଓ ଟଏ ଲେଟ, ଓ ଲେଟିନ ହୋଇ ନଥିବାରୁ କାହିଁକି ଏହିଘର ତିଆରି କରାଯାଇ ମହିଳା ମାନଙ୍କୁ ହଇରାଣ ହରକତ କରାଯାଉଛି କହି ଥିଲେ | ଏହାଉପରେ ବିଡ଼ିଓ ଏଇ ଙ୍କୁ ମତ ରଖିବାକୁ କହିଥିଲେ | ତେବେ ଯେଇଙ୍କ ମତ ଯେ ମିଶନ ଶକ୍ତି ଗୃହ ପାଇଁ 5ଲକ୍ଷ ଆସୁଛି ସେଥିରେ ଏଗୁଡିକ କରିବା ସମ୍ଭବ ନୁହେଁ କହିଥିଲେ | ସେହିପରି ଅଙ୍ଗନବାଡି କେନ୍ଦ୍ରକୁ ବିଦ୍ୟୁତ ସଂଯୋଗୀ କରଣ ଓ କେନ୍ଦ୍ର ଗୃହ କାହିଁକି ହୋଇ ପାରୁନି ପ୍ରଶ୍ନର ଉତ୍ତର ରେ ସିଡିପିଓ ମୂଁ ଲେଖି କରି ଦେଲେ ମଧ୍ୟ ବିଦ୍ୟୁତ ବିଭାଗ ଓ ଯେଇ ଶୁଣୁ ନାହାନ୍ତି ବୋଲି ମତ ଦେଇଥିଲେ | ବିଡ଼ିଓ ଙ୍କ ନିର୍ଦ୍ଧେଶ ରେ ଏଇ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଠିକ ହୋଇ ପାରୁନଥିବାରୁ ଅଙ୍ଗନବାଡିକେନ୍ଦ୍ର ହୋଇ ପାରୁନି ବିଳମ୍ବ ହେଉଛି କହିଥିଲେ | ସେହିପରି ଭାଟ କୁମରଡ଼ା ସମିତି ସଭ୍ୟ ଗାଁରେ ପାନୀୟ ଜଳ ସମସ୍ୟା ଉପରେ ଜଙ୍କ ଓ ଗୋଳି ପାଣି ଅଫିସର ମାନେ ପିଇବେ କି ମେଗା ଓ ଏହା ର କେବେ ସମାଧାନ ହେବା ଉପରେ ବିଭୀଗୀୟ ଜନ ସ୍ୱାସ୍ଥ୍ୟ ଏସଡ଼ିଓ ନିଶ୍ଚିତ ଭାବେ ହେବ କହିଥିଲେ | ଏହାସହ 2ୟ ଅଧୀ ବେସନ ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ମାନେ ହଟଗୋଳ କରିବାରୁ ଏବଂ ପିଈଓ ମାନେ ସରପଞ୍ଚ ଙ୍କ କଥା ଶୁଣୁ ନାହାନ୍ତି ଯାହାଦ୍ୱାରା ଏନ ଆରଯିଏସ କାମ ରେ ଅସୁବିଧା ହେଉଛି ବୋଲି କହିଥିଲେ | ବିଡ଼ିଓ ମତ ଦେଇଥିଲେ ଯେ ପଞ୍ଚାୟତ ରେ ପିଇଓ, ଜି ଆର ଏସ କେତେ ଦିନପଞ୍ଚାୟତ କୁ ଯାଉଛନ୍ତି ତାହା ଉପରେ ତାଙ୍କର ସ୍ଵାକ୍ଷର କରନ୍ତୁ ବୋଲି କହିବା ସହ ପିଆର ମେମ୍ବର ଙ୍କ ବିନା ମତ ରେ କୌଣସି ପଞ୍ଚାୟତ ର କାର୍ଯ୍ୟ ପିଇଓ କରିପାରିବେ ନାହିଁ କହିଥିଲେ | ସେହି ପରି ଅନ୍ୟ ବ୍ଳକରେ ରାସନ କାର୍ଡ ର ସଂଯୋଗୀ କରଣ ହେଉଥିଲା ବେଳେ ଆମ ବ୍ଳକରେ କାହିଁକି ହେଉନାହିଁ ବୋଲି ଶିକୁଳି ସମିତି ସଭ୍ୟ କୁମୁଦ ବେହେରା ଏକ ପତ୍ର ଦେଖାଇ ଥିଲେ କିନ୍ତୁ ଏହାର ସଠିକ ଉତ୍ତର ମିଳିନଥିବାରୁ ଏବଂ କେ ଏନ ପୁର ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା ମଧ୍ୟ ପ୍ରଶ୍ନ କରି ଥିଲେ ଏବଂ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ |

ଏହା ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଙ୍କୁ ମଧ୍ୟ ବିଭିର୍ଣ୍ଣ ବିଷୟରେ ପଚାରି ଥିଲେ | ଦେଖିବାକୁ ଗଲେ ଆଜିର ଏହି 5ତମ ପଞ୍ଚାୟତ ବୈଠକ ରେ ପିଆର ମେମ୍ବର ମାନେ ତାଙ୍କର ପ୍ରକୃତ ଶକ୍ତି ପ୍ରଦର୍ଶନ କଲେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | ତେବେ ଯଦି ସବୁ ସମୟ ରେ ଯଦି ଏପରି ସମସ୍ତ ପି ଆର ମାନେ ସେମାନଙ୍କ ଶକ୍ତି ଏକାଠି କରି କାମ କଲେ ସମସ୍ତେ ତାଙ୍କ ପାଖେ ହାର ମାନିବେ ବୋଲି ରାଜ ନୈତିକ ବିଶେସଂଜ୍ଞ ମାନେ ମତ ଦେଇଛନ୍ତି |

ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ