ପୁରୁଷୋତ୍ତମପୁର ତା-୬/୧0/ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ଓଡିଶା ମୁଖ୍ୟମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ରେ ଓଡିଶାର ସମସ୍ତ 147 ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ଗାନ୍ଧୀ ଜୟନ୍ତୀ ଠାରୁ ଜନ ସମ୍ପର୍କ ପଦ ଯାତ୍ରା ପାଇଁ ଅନୁଷ୍ଠିତ ହୋଇଆସୁଚି l ଆଜି ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ଡାକବାଙ୍ଗଳା ଠାରେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟଙ୍କ ସଂଯୋଜନା ରେ ବିଜୁ ଜନତା ଦଳ ଛାମୁଆ ନେତା ଓ କର୍ମୀ ଉପସ୍ଥିତରେ ବିଜେଡିର ଜନ ସଂପର୍କ ପଦ ଯାତ୍ରା ପାଇଁ ଏକ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରସ୍ତୁତି ବୈଠକ ରେ ଆସନ୍ତା ୧0/୧0/୨୩ ମଙ୍ଗଳବାର ଦିନ ସକାଳ ୮’୩0 ସମୟରେ ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ମା କନକା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣ ଠାରୁ ଶୋଭାଯାତ୍ରା ବାହାରୀ ୧୫ ଗୋଟି ପଞ୍ଚାୟତ ରେ ପହଞ୍ଚିବ ଜନ ସଂପର୍କ ପଦ ଯାତ୍ରା l

ଉକ୍ତ ପ୍ରସ୍ତୁତି ବୈଠକରେ ପୁରୁଷୋତ୍ତମପୁର ଏନଏସି ଅଧକ୍ଷା, ତଥା ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସମ୍ପାଦିକା ଶ୍ରୀମତୀ ପ୍ରିୟଙ୍କା ଗୌଡ଼, ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତ କୁମାର ବେହେରା, ପୁରୁଷୋତ୍ତମପୁର ବ୍ଲକ ବିଜେଡି ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ, ନଗର ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ପୂର୍ଣ୍ଣ ଚନ୍ଦ୍ର ଦାସ, ନରସିଂହ ପଣ୍ଡା, ସ୍ୱରାଜ୍ୟ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ, ଜିଲ୍ଲା ବିଜେଡି ଉପସଭାପତି ଦିଗାମ୍ୱର ପାଣିଗ୍ରାହୀ,ଆସ୍କା ସାସଂଦ ପୁରୁଷୋତ୍ତମପୁର ବ୍ଲକ ପ୍ରତିନିଧି ସୁଦର୍ଶନ ନାୟକ, କାଉସିଲର ଅଶୋକ କୁମାର ମହାଙ୍କୁଡ ପ୍ରମୁଖଙ୍କ ସହିତ ଶତାଧିକ ବିଜେଡି କର୍ମୀ ବୈଠକରେ ଉପସ୍ଥିତ ଥିଲେ
ରିପୋର୍ଟ ପ୍ରସନ୍ନ କୁମାର ଦାସ
