You are currently viewing ୪୨ ମୌଜାରେ ବିଜେପିର ନୂତନ ସଭ୍ୟ ସଂଗ୍ରହ ସଫଳ ଅଭିଯାନ
୪୨ ମୌଜାରେ ବିଜେପିର ନୂତନ ସଭ୍ୟ ସଂଗ୍ରହ ସଫଳ ଅଭିଯାନ

ଓଡିଆ ବାର୍ତା/କଟକ : ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ବିଜେପିର ନୂତନ ସଭ୍ୟ ସଂଗ୍ରହ ଅଭିଯାନର ସମୀକ୍ଷା ବୈଠକ କୋର କମିଟି ସଭାପତି ଇଞ୍ଜିନିୟର ଅଶୋକ ବିଶ୍ଵାଳଙ୍କ ୪୨ ମୌଜା ବାସଭବନରେ ଅନୁଷ୍ଠିତ ହୋଇଯାଇଛି । କଟକ ନିର୍ବାଚନ ମଣ୍ଡଳୀର ପ୍ରଭାରୀ ପ୍ରତାପ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ପୀୟୂଷ ରଞ୍ଜନ ପରିଡା,କୃଷକ ମୋର୍ଚ୍ଚାର ଶୁଭନ୍ୟାସ ମହାନ୍ତି, ସଂଯୋଜକ ଅଭିରାମ ଦଳାଇ, ମହିମା ମୋର୍ଚ୍ଚା ସଭାପତି ସୁମିତତା ଦେବତା,ପଞ୍ଚାୟତ ପ୍ରମୁଖ ନିରଞ୍ଜନ ସେନାପତି,ସୁବାସ ଗୋଚ୍ଛାୟତ, ରୋହିତ ସ୍ଵାଇଁ,ଘନଶ୍ୟାମ ମଲ୍ଲିକ, ପ୍ରିୟ ରଞ୍ଜନ ଖଟୁଆ,ସୁପ୍ରଭା ବିଶ୍ଵାଳ, ଇତିଶ୍ରୀ ମହାନ୍ତି,ଆରତି ପଟ୍ଟନାୟକ ଆଦି କର୍ମୀ ଉପସ୍ଥିତ ଥିଲେ । ପ୍ରଭାରୀ ଶ୍ରୀ ମିଶ୍ର ନୂତନ ସଭ୍ୟ ସଂଗ୍ରହ ଅଭିଯାନରେ ସମସ୍ତେ ସାମିଲ ହୋଇ ସକ୍ରିୟ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ ଗୁରୁତ୍ଵ ଦେଇଥିଲେ ଓ ସଭ୍ଯ ସଂଗ୍ରହ ଅଭିଯାନକୁ ଲୋକାଭିମୁଖୀ କରିବା ପାଇଁ ବୟାଳିଶମୌଜା ମଣ୍ଡଳ ସ୍ତରରେ ସର୍ବନିମ୍ନ ୧୦୦ ସକ୍ରିୟ ସଭ୍ୟ ହେବା ପାଇଁ ଆହ୍ଵାନ କରିଥିଲେ । ସମସ୍ତ କର୍ମୀ ଏହି ଅଭିଯାନକୁ ସଫଳ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।