You are currently viewing ସ୍ୱର୍ଗୀୟ ଡ଼ାଃ ଦେବେନ୍ଦ୍ର ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବି.ଏମ. ଏସ କୋଇଲା ଉଦ୍ୟୋଗ ପ୍ରଭାରୀ ଶ୍ରୀ କେ. ଲକ୍ଷ୍ମା ରେଡ୍ଡୀ ।
ସ୍ୱର୍ଗୀୟ ଡ଼ାଃ ଦେବେନ୍ଦ୍ର ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ବି.ଏମ. ଏସ କୋଇଲା ଉଦ୍ୟୋଗ ପ୍ରଭାରୀ ଶ୍ରୀ କେ. ଲକ୍ଷ୍ମା ରେଡ୍ଡୀ ।

ତାଳଚେର : (ଦିଲୀପ କୁମାର ଚୋପଦାର ) କୋଇଲା ନଗରୀ ତାଳଚେର ଦିନଦୟାଲ ନଗର ସ୍ଥିତ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବାସ ଭବନ କୁ ପହଞ୍ଚି ତାଙ୍କ ଦିବଂଗତ ପିତା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ର ସ୍ଵୟଂ ସେବକ ସ୍ୱର୍ଗୀୟ ଡ଼ାଃ ଦେବେନ୍ଦ୍ର ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଷ୍ଟ୍ରବାଦୀ ଟ୍ରେଡ ୟୁନିୟନ ନେତା ଦତ୍ତୋପନ୍ତ ଠେଙ୍ଗଡି ଙ୍କ ଆଦର୍ଶ କୁ ଜୀବନ ର ବ୍ରତ ଭାବେ ଗ୍ରହଣ କରିଥିବା ଭାରତୀୟ ମଜଦୂର ସଂଘ ର ବିଶିଷ୍ଟ ଶ୍ରମିକ ନେତା ତଥା କୋଇଲା ଉଦ୍ୟୋଗ ପ୍ରଭାରୀ ଶ୍ରୀ କେ.ଲକ୍ଷ୍ମା ରେଡ୍ଡୀ । ଏଥି ସହିତ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଁ ତଥା ସ୍ୱର୍ଗୀୟ ଡ଼ାଃ ଦେବେନ୍ଦ୍ର ପ୍ରଧାନ ଙ୍କ ଧର୍ମ ପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କୁ ସାକ୍ଷାତ କରି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କ ସହିତ ଅଖିଳ ଭାରତୀୟ ଖଦାନ ମଜଦୂର ସଂଘ ର କାର୍ଯ୍ୟକାରୀ ସଭାପତି ଶ୍ରୀ ରଞ୍ଜନ ବେହେରା, ତାଳଚେର କୋଇଲା ଖଣି ମଜଦୂର ସଂଘ ର ସଭାପତି କିଶୋର ଚନ୍ଦ୍ର ପ୍ରଧାନ, ମହାମନ୍ତ୍ରୀ ବୀରେନ ଖିଲାର , ଭାରତୀୟ ମଜଦୂର ସଂଘ ର ବରିଷ୍ଠ ଶ୍ରମିକ ନେତା ଅରୁଣ କୁମାର ପ୍ରଧାନ, ସୁଦର୍ଶନ ମହାନ୍ତି ଏବଂ ଅନ୍ୟ ବି.ଏମ.ଏସ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସମ ବେଦନା ଜଣାଇ ଅଛନ୍ତି । ଏହି ଅବସର ରେ କୋଇଲା ପ୍ରଭାରୀ ଶ୍ରୀ ରେଡ୍ଡୀ କହିଛନ୍ତି ଯେ, ଦିବଂଗତ ଡ଼ାଃ ଦେବେନ୍ଦ୍ର ପ୍ରଧାନ ଜଣେ ଦୂରଦର୍ଶୀ ସମ୍ପନ୍ନ ରାଷ୍ଟ୍ରନେତା ଥିଲେ ଏବଂ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କୋହ ଭରା କଣ୍ଠରେ କହିଛନ୍ତି ।