You are currently viewing ଆବାସ ଗୃହ ଚଞ୍ଚକତାକୁ ନେଇ ବିଜେପିର ଧାରଣା।
ଆବାସ ଗୃହ ଚଞ୍ଚକତାକୁ ନେଇ ବିଜେପିର ଧାରଣା।

କୋଦଳା (25-1-23)
ସାରା ରାଜ୍ୟରେ ଆବାସ ଗୃହ ଯୋଜନାକୁ ନେଇ ଏବେ ତାତି ଜୋର୍ ଧରିଛି। ଯୋଗ୍ଯ ହିତାଧିକାରୀ ମାନଙ୍କୁ ଆବାସ ଗୃହ ମିଳୁ ନ ଥିବା ବେଳେ ବଡ଼ ବଡିଆ ତଥା ଧନୀକ ଶ୍ରେଣୀର ବ୍ଯକ୍ତି ମାନେ ଚଞ୍ଚକତା କରି ଆବାସ ଗୃହ ହାତେଇ ନେବାରେ ସକ୍ଷମ ହେଉଛନ୍ତି। ଯାହାକୁ ନେଇ ଏବେ ପ୍ରତିବାଦ ତୀବ୍ର ହେଉଛି। ଗଞ୍ଜାମ ଜିଲ୍ଲା ପୋଲ ସରା ନିର୍ବାଚନ ମଣ୍ଡଳୀ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆବାସ ଗୃହ ଯୋଗାଇ ଦେବା ଦାବିରେ ଘେରାଉକରିଛି ବିଜେପି। ଯୋଗ୍ଯ ହିତାଧିକାରୀ ମାନଙ୍କୁ ତୁରନ୍ତ ଆବାସ ଗୃହ ଯୋଜନାରେ ସାମିଲ କରା ନଗଲେ ଆନ୍ଦୋଳନ ବ୍ଯାପକ କରାଯିବ ବୋଲି ଚେତାବନୀ ଦେଇଛି ବିଜେପି ।ବର୍ତ୍ତମାନ ପ୍ରତି ପଞ୍ଚାୟତ ମାନଙ୍କରେ ଆବାସ ଗୃହ ହିତାଧିକାରୀ ତାଲିକା ସାର୍ବଜନୀନ କରାଯାଉଥିବା ବେଳେ ଉକ୍ତ ତାଲିକା ମରାଯାଇନି। । ଯାହାକୁ ନେଇ ତେଜୁଛି ଅସନ୍ତୋଷ। ବିଜେପି ପକ୍ଷରୁ ଏନେଇ ଏକ ଦାବିପତ୍ର ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ବିଡ଼ିଓକାର୍ଯ୍ୟାଳୟରେ ନ ଥିବା ଯୋଗୁଁ ଅସନ୍ତୋଷ ଦେଖିବାକୁ ମିଳିଥିଲା ପରେ ବିଡ଼ିଓ ବିଳମ୍ବ ରେ ଆସି ପହଞ୍ଚିଲେ ।ବିଜେପି କର୍ମକର୍ତ୍ତା ମାନେ ବିଭିନ୍ନ ନାରାବାଜି ଦେବା ସହିତ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ଯୋଗ୍ଯ ହିତାଧିକାରୀଙ୍କୁ ସାମିଲ୍ କରିବା ପାଇଁ ଦାବି କରିଛନ୍ତି। ଅପରପକ୍ଷେ ଭତ୍ତା, ରାସନ କାର୍ଡରେ ଦୁର୍ନୀତିକୁ ନେଇ ମଧ୍ୟ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି। ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳଚନ୍ଦ୍ର ମଳିକ ଦିପକ ପ୍ରଧାନ ସମେତ ବହୁ ମହିଳା ଓ ପୁରୁଷ ଉପସ୍ଥିତ ରହି ଏହି ଧାରଣାରେ ସାମିଲ ହୋଇଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।