ଆଜି ବ୍ଲକ କାର୍ଯ୍ଯାଳୟରେ ଦୁର୍ନୀତି କୁ ନେଇ ଘେରାଉ ରହିଥିଲା। ଆଉ ଏହା ପୂର୍ବରୁ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ପୁରୁଷୋତ୍ତମପୁର ବ୍ଲକ ଘେରାଉ କରାଯାଇଛି। ଘେରାଉ ପୂର୍ବରୁ ରାସ୍ତା ମଝିରେ ଥିବା ଗ୍ରୀଲ ଓ୍ବାଲ୍ ରେ ବିଜେପିର ଦଳୀୟ ପତାକା ଲଗାଯାଇଥିବା ବେଳେ ପୁରୁଷୋତ୍ତମପୁର ନିର୍ବାହୀ ଅଧିକାରୀ କର୍ମଚାରୀଙ୍କ ଦ୍ବାରା ସଂପୃକ୍ତ ପତାକା କାଢି ଦେଇଥିବା ନେଇ ଅଭିଯୋଗ କରିଛି ବିଜେପି। ଘଟଣା କୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ପୋଲିସ ହସ୍ତକ୍ଷେପ କରିବା ସହ ପୁଣି କର୍ମଚାରୀଙ୍କ ମାଧ୍ୟମରେ ପତାକା ଲଗା ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛି ବିଜେପି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।
