ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାଉଣ୍ଡକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ଗୋପବନ୍ଧୁ ଦାଶ

ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ତେଲୁଗୁ ଭାଷାରେ ବୁଝାଇଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ଗୋପବନ୍ଧୁ ଦାଶ
ଗୋପାଳପୁର,(ଅମିତ୍ କୁମାର ସାହୁ)୧୬/୧୧/୨୨: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଦୀର୍ଘ ଦେଢ଼ ମାସ ଧରି ଜନ ସମ୍ପର୍କ ପଦଯାତ୍ରା ଚାଲିଛି । ଏହି ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ପକ୍ଷରୁ ଗୋପାଳପୁର ଏନଏସି ଏବଂ ବକ୍ସିପଲ୍ଲୀରେ ବୁଧବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼ା. ଗୋପବନ୍ଧୁ ଦାଶଙ୍କୁ ଗୋପାଳପୁର ଏନଏସିରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯିବା ପରେ ଶ୍ରୀ ଦାଶ ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ.ଜାନକୀ ରାମ,ବ୍ରହ୍ମପୁର ଡେପୁଟି ମେୟର ଇ.ବିବେକ ରେଡି,ଜିଲାପରିଷଦ ଉପାଧ୍ୟାକ୍ଷା ଏସ. ରାଜେଶ୍ୱରୀ ଦୋରା,ବ୍ଲକ ସଭାପତି ଅଜିତ ଦାଶ,ଜିଲ୍ଲା ପରିଷଦ ଦୀପକ କୁମାର ସାମନ୍ତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ମହାନ୍ତି ,ସମାଜସେବୀ ସନ୍ତୋଷ ପାତ୍ର,ରାମହରୀ ପାତ୍ର ଅତିଥି ଭାବେ ପଦଯାତ୍ରାରେ ସାମିଲ ହୋଇ ସାହି ସାହି ପରିକ୍ରମା କରିସ୍ଥାନୀୟ ଅଞ୍ଚଳରେ ଥିବା ବହୁ ମନ୍ଦିରରେ ପୂଜାର୍ଚ୍ଚନା କରି ଗୋପାଳପୁର ବସଷ୍ଟାଣ୍ଡ ନିକଟରେ ପହଞ୍ଚି ସେଠାରେ ଉକ୍ତ ପଦଯାତ୍ରାକୁ ସମାପ୍ତ କରିଥିଲେ କରିଥିଲେ । ପରେ ବକ୍ସିପଲ୍ଲୀ ସରପଞ୍ଚ ସରପଞ୍ଚ ଏ.ନାର୍ସିଙ୍ଗୁଲ୍ଲୁ ଓ ସମିତି ସଭ୍ୟ ଜୟସେନ ସାହୁଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ଼ା ଗୋପବନ୍ଧୁ ଦାସ ଯୋଗ ଶହଶହ କର୍ମୀଙ୍କ ସହ
ବକ୍ସିପଲ୍ଲୀ ପଞ୍ଚାୟତର ଗ୍ରାମମାନଙ୍କରେ ପରିକ୍ରମା କରି ଲୋକଙ୍କ ସମସ୍ୟା ଶୁଣିବା ସହ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ବ୍ଲକ ବିଜେଡି ସଭାପତି ଅଜିତ ଦାଶଙ୍କ ସଭାପତିତ୍ୱରେ ବକ୍ସିପଲ୍ଲୀ ଜଗନ୍ନାଥ ଆଶ୍ରମ ନିକଟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଡ଼ା ଗୋପବନ୍ଧୁ ଦାଶ ତେଲୁଗୁ ଭାଷାରେ ଉପସ୍ଥିତ ଲୋକଙ୍କୁ ଭାଷଣ ଦେବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ସଶସ୍ତିକରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ତାହା ସହ ବହୁଯୋଜନାରେ ମହିଳାମାନଙ୍କୁ ସାମିଲ କରାଯାଉଛି ବୋଲି ଶ୍ରୀ ଦାସ ଏଠାରେ କହିଥିଲେ । ସେହିପରି ବ୍ଲକ ସଭାପତି, ଉପାଧ୍ୟାକ୍ଷାସରପଞ୍ଚ, ସମିତି ସଭ୍ୟ, ବରିଷ୍ଠ ନେତାମାନେ ରାଜ୍ୟ ସରକାରଙ୍କ ଶିକ୍ଷା,ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନା, ଯୁବକଯୁବତୀ ନିଯୁକ୍ତି ଯୋଜନା, ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଥିବା କର୍ମୀମାନଙ୍କୁ ବୁଝାଇଥିଲେ । ଏହି ପଦଯାତ୍ରାରେ କରାପଲ୍ଲୀ ସରପଞ୍ଚ ତଥା ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଏସ.ମେନକା ରେଡ଼ି, ବ୍ଲକ ଯୁବ ବିଜେଡ଼ି ସଭାପତି ବିନୋଦ ମହାଙ୍କୁଡ,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭବାନୀକାନ୍ତସାହୁ, ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସମାଜସେବୀ ଦିବାକର ଗୌଡ଼, ଜି.ମୋହନ ରାଓ,ହଳଦିଆ ପଦର ସମିତି ସଭ୍ୟ ଏସ.ପ୍ରବୀଣ କୁମାର,ଯୁବ ନେତା ଏସ ଧର୍ମରାଜ ରେଡ୍ଡୀ,ସିଏଚ ନରେଶଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ମହିଳା ମାନେ ଉପସ୍ଥିତ ଥିଲେ l
