You are currently viewing କୋଦଳାରେ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସଙ୍କ ବାଇକ୍ ଶୋଭାଯାତ୍ରା
କୋଦଳାରେ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସଙ୍କ ବାଇକ୍ ଶୋଭାଯାତ୍ରା

କୋଦଳା 4/10/23କେନ୍ଦ୍ର ସରକାରଙ୍କ ରେଳ ରାଷ୍ଟ୍ରମନ୍ତ୍ରୀ ତଥା ବୟନ ଶିଳ୍ପ ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସଙ୍କ ଗଞ୍ଜାମ ଗସ୍ତ ରହିଥିବା ବେଳେ ମନ୍ତ୍ରୀଙ୍କୁ କୋଦଳା ଦଣ୍ଡିଶ୍ୱର ମନ୍ଦିର ଛକରେ ବିଜେପି ପକ୍ଷରୁ ସ୍ବାଗତ ସହ ଏକ ବାଇକ୍ ଶୋଭାଯାତ୍ରା କରାଯାଇଛି। ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ ଖଲ୍ଲିକୋଟ ରେଲୱେ ଷ୍ଟେସନ ଠାରୁ ସଡ଼କ ପଥରେ ଖଲ୍ଲିକୋଟ ଦେଇ କୋଦଳା ପହଞ୍ଚିବା ପରେ କୋଦଳା ଠାରେ ବରିଷ୍ଠ ବିଜେପି ନେତ୍ରୀ ତଥା ବିଜେପି ନେତ୍ରୀ ଅନୀତା ଶୁଭଦର୍ଶନୀ, ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର ବରିଷ୍ଠ ନେତା ପ୍ରତାପ ନାୟକ ଖଲ୍ଲିକୋଟ ବିଜେପି ନେତା ଅନୀଲ ପଣ୍ଡା, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ମହେଶ ମହାନ୍ତି, ଘୁମୁସର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀରାବାଈ ଦେଓଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ। ଏହି ଅବସରରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା କୋଦଳା ସହର ପରିକ୍ରମା କରିଥିଲା। ପ୍ରଧାନମନ୍ତ୍ରୀଙ୍କ ବିଶ୍ବକର୍ମା ଯୋଜନା ସହ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ ।ଏହାପରେ ମନ୍ତ୍ରୀ ସଡକ ପଥରେ ପୋଲସରା ଅଭିମୁଖେ ଯାତ୍ରା କରିଥିବା ବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୂଚନା ମିଳିଛି। ମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।