You are currently viewing ଡ଼ାଲ ଖାଇ ପୀଠ ରେ ବିଜେଡ଼ି ର ବନ୍ଧୁ ମିଳନ
ଡ଼ାଲ ଖାଇ ପୀଠ ରେ ବିଜେଡ଼ି ର ବନ୍ଧୁ ମିଳନ

ଖଲ୍ଲିକୋଟ :31.12 ଆଗାମୀ ନବ ବର୍ଷ ର ଆଗମନ କୁ ସ୍ୱାଗତ କରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଜାତୀୟ 16 ନମ୍ବର କଡରେ ଥିବା ଡାଳ ଖାଇ ମନ୍ଦିର ପରିସର ରେ ଖଲ୍ଲିକୋଟ ବିଜେଡ଼ି ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସମାଜସେବୀ ସୁରେନ୍ଦ୍ର ପ୍ରଧାନ ଙ୍କ ଆହ୍ୱାନ କ୍ରମେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ବ୍ଲକ ଅଧକ୍ଷ ଦୈତାରୀ ବେହେରା, ସାଂସଦ ପ୍ରତିନିଧି ରତ୍ନାକର ସାହୁ, ଭିଜିଲାନ୍ସ ପି ପି ମାଗୁଣି ଚରଣ ପଲାଇ, ଆଇନଜୀବୀ ପ୍ରଶାନ୍ତ କୁମାର ପଣ୍ଡା, କାଳୁ ଚରଣ ମହାରଣା, ଅଭିମନ୍ୟୁ ନାୟକ, ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ,, ବିକ୍ରମପୁର ସରପଞ୍ଚ ପ୍ରସନ୍ନ କୁମାର ଆଚାର୍ଯ୍ୟ ଜିଲ୍ଲା ଯୁବ ବିଜେଡ଼ି ଉପ ସଭାପତି ବିକାଶ କୁମାର ପ୍ରଧାନ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ଏ ଅବସର ରେ ବିଧ|ୟିକା ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ସମ୍ବୋଧିତ କରି ଆଗାମୀ ନବ ବର୍ଷ ଅଭିନନ୍ଦନ ଜଣାଇ ଶୁଭକାମନା କରିବା ସହ ଆଗାମୀ ବର୍ଷ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ସମସ୍ତ ଅଧିବାସୀଙ୍କ ପାଇଁ ବିକାଶ ର ବର୍ଷ ରୂପେ ସହଯୋଗ କାମନା କରିଥିଲେ |

(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )