You are currently viewing ଆତ୍ମାର ଅଧକ୍ଷ ହେଲେ ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ।
ଆତ୍ମାର ଅଧକ୍ଷ ହେଲେ ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ।

ପୁରୁଷୋତ୍ତମପୁର , ୨୧/୦୧ – ( ପ୍ରସନ୍ନ କୁମାର ଦାସ ) -:- ଆତ୍ମାର ଅଧକ୍ଷ ପଦ ଲାଗି କୃଷି ବିଭାଗ ତରଫରୁ ବିଧିବଦ୍ଧ ଭାବେ କୃଷି ବିଭାଗ ଅଫିସିରେ ଅନୁଷ୍ଠିତ ହୋଇ ଥିଲା | ଏବଂ ସମସ୍ତ ସଦସ୍ୟ ଙ୍କ ସହିତ ବିଭିର୍ଣ୍ଣ ବିଭାଗ ର ଅଧିକାରୀ ଙ୍କ ଉପସ୍ଥିତି ରେ ଅରଖ ପୁର ଗ୍ରାମର ବାସିନ୍ଦା ତଥା ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି | ଆଜି ନିର୍ବାଚନପାଇଁ ପୁରୁଷୋତ୍ତମପୁର ବ୍ଲକ ଅତରିକ୍ତ ବିଡ଼ିଓ ଦାୟିତ୍ୱରେ ରହି ଏହି କାର୍ଯ୍ୟ ଆରମ୍ଭ କରିଥିଲେ | ତେବେ ସର୍ବମୋଟ ୨୦ ଜଣ ସଦସ୍ୟ ଙ୍କ ମଧ୍ୟରୁ ୧୬ ଜଣ ଉପସ୍ଥିତ ଥିଲେ | ଏବଂ ଏକ ମାତ୍ର ପାର୍ଥୀ ଭାବେ ସୂର୍ଯ୍ୟନାରାୟଣ ପଣ୍ଡା ପାର୍ଥୀପତ୍ର ଦାଖଲ କରିଥିଲେ ତେଣୁ 16 ଜଣ ସଦସ୍ୟ ଙ୍କ ସହମତ ହେବାରୁ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କୁ ନିର୍ବାଚନ ଅଧିକାରୀ ନିରାକାର ଜେନା ଆତ୍ମାର ଅଧକ୍ଷ ଭାବେ ଘୋଷଣା କରିଥିଲେ | ଆତ୍ମାର ଅଧକ୍ଷ ହେବାପରେ ସବୁ ସଦସ୍ୟ ମାନେ ଓ କୃଷି ବିଭାଗର ସହକାରୀ ଯନ୍ତ୍ରୀ, ଅଫିସିର ଷ୍ଟାଫ ଓ ଉପସ୍ଥିତ ନେତା ଓକର୍ମୀ ମାନେ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ | ଅଧକ୍ଷ ହେବାପରେ ଶ୍ରୀଯୁକ୍ତ ପଣ୍ଡା ଉପସ୍ଥିତ ଅଧିକାରୀ ଓ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଥିଲେ | ଏହି ନିର୍ବାଚନ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ସମୁର୍ଣ ସହଯୋଗ ଓ ଆଶୀର୍ବାଦ ଥିଲା | ଯାହା ଫଳରେ ସୂର୍ଯ୍ୟ ପଣ୍ଡା ନିର୍ଦ୍ୱନ୍ଦରେ ଆତ୍ମାର ଅଧକ୍ଷ ହୋଇ ପାରିଲେ | ତେବେ ଯାହାହେଉ ପଣ୍ଡାଙ୍କ ଏହି ସହନ ଶୀଳତା ଯୋଗୁ ସମସ୍ତେ ତାଙ୍କୁ ଭଲ ପାଉଛନ୍ତି | ଆଜିର ଏହି ନିର୍ବାଚନରେଖଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ , କୃଷି ଅଧିକାରୀ ଡ଼ ପ୍ରମୋଦ କୁମାର ମହାପାତ୍ର,ସହକାରୀ କୃଷି ଅଧିକାରୀ ଦେବାଶିଷ ବିନ୍ଧାଣୀ,ମଛ୍ୟ ଅଧିକାରୀ ଫ୍ଲୋରା ମହାନ୍ତି, ପଶୁ ଚିକିଛା ଅଧିକାରୀ ଡ଼ ମନୋଜ କୁମାର ଶତପଥୀ ବୈରାଗୀ ଜେନା ଓ ମୂର୍ତ୍ତିକା ଅଧିକାରୀ ମାନଙ୍କ ସହିତ କୃଷି ଷ୍ଟାଫ ମାନେ ଉପସ୍ଥିତ ଥିଲେ | ତେବେ ଅଧକ୍ଷ ହେବା ପରେ ସୂର୍ଯ୍ୟ ନାରାୟଣ ପଣ୍ଡା ଖଲ୍ଲିକୋଟ ବିଧାୟିକା ଓ କବିସୂର୍ଯ୍ୟ ନଗର ବିଧାୟିକା ଙ୍କୁ ନିଜ, ନିଜ ବାସଭବନ କୁ ଯାଇ ତାଙ୍କୁ ଧନ୍ୟବାଦ ଜଣାଇ ଥିଲେ ।