You are currently viewing କୋରାପୁଟ ଲୋକସଭା ପାଇଁ ସଂଯୋଜକ ହେଲେ ପୀତବାସ ପଣ୍ଡା।
କୋରାପୁଟ ଲୋକସଭା ପାଇଁ ସଂଯୋଜକ ହେଲେ ପୀତବାସ ପଣ୍ଡା।

ଗଞ୍ଜାମ ଜିଲ୍ଲା (ଇପିଲି ପୂର୍ଣ୍ଣଚନ୍ଦ୍ର):ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ,ପିସିସି ସଭ୍ୟ ତଥା ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ କୋରାପୁଟ ଲୋକସଭା ଆସନ ପାଇଁ ସଂଯୋଜକ ଭାବରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ଦିଆ ଯାଇଅଛି । ଆସନ୍ତା ୨୦୨୪ ସଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଉତ୍ତମ ପ୍ରଦର୍ଶନ ଓ ନିର୍ବାଚନ ସଂଯୋଜନା କରିବା ପାଇଁ ଦିଆଯାଇଥିବା ଏହି ଦାଇତ୍ଵକୁ ଶ୍ରୀ ପଣ୍ଡା ସୁଚାର ରୂପେ ତୁଲାଇବେ ବୋଲି ସୂଚନା ଦେଇଛନ୍ତି। ଏହି ନିଯୁକ୍ତି ପାଇଁ ଶ୍ରୀ ପଣ୍ଡା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।