You are currently viewing ପୁରୁଷୋତ୍ତମପୁର ତହସିଲରେ ୨୭୫୩ ଗ୍ରାମ କଣ୍ଟକ ପଟା ବଣ୍ଟନ କଲେ ଆସ୍କା ଏମପି ଓ ଦୁଈ ବିଧାୟିକା ।
ପୁରୁଷୋତ୍ତମପୁର ତହସିଲରେ ୨୭୫୩ ଗ୍ରାମ କଣ୍ଟକ ପଟା ବଣ୍ଟନ କଲେ ଆସ୍କା ଏମପି ଓ ଦୁଈ ବିଧାୟିକା ।

ପୁରୁଷୋତ୍ତମପୁର , ୧୦/୦୪ -:- ପୁରୁଷୋତ୍ତମପୁର ବ୍ଲଜ ଓ ଏନଏସିରେ ଦୀର୍ଘ ଦିନ ହେଲା ବହୁ ଗରିବ ଲୋକଙ୍କ ଗ୍ରାମକଣ୍ଟକ ପଟା ହୋଇ ପାରି ନଥିବାରୁ ହିତାଧିକାରୀ ମାନେ ବହୁଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଳାର ଜିଲ୍ଲାପାଳ ଓ ଜିଲ୍ଲାପାଳ ମାନେ ତହସିଲଦାର ଙ୍କୁ କହି ଏହି ଗ୍ରାମ କଣ୍ଟକ ପଟା ବଣ୍ଟନ ପାଇଁ କହିଥିଲେ । ତେବେ ଆଜି ପୁରୁଷୋତ୍ତମପୁର ତହସିଲଦାର ଙ୍କ ପ୍ରତକ୍ଷ ତତ୍ୱା ବଧାନ ରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଙ୍କ ସହିତ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଉପସ୍ଥିତ ରହିବା ସହ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧକ୍ଷା ପିଙ୍କି ବେହେରା ଓ ଏନଏସି ଅଧକ୍ଷା ପ୍ରିୟଙ୍କା ଗୌଡ଼, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଟୁଡୁ ଉପସ୍ଥିତ ରହି ପଟା ବଣ୍ଟନ କରିଥିଲେ । ଆଜି ୨୭୫୩ ଜଣଙ୍କୁଏନଏସି ଓ ବ୍ଲକର ୩୬ ଗୋଟି ପଞ୍ଚାୟତ ର ହିତାଧିକାରୀ ଙ୍କୁ ପଟା ଦିଆ ଯିବ ବୋଲି ତହସିଲଦାର କହିଛନ୍ତି | ତେବେ ସରକାର ଙ୍କ ଏହି କାର୍ଯ୍ୟକ୍ରମ କୁ ବହୁତ ପ୍ରଶଂସା କରିବା ସହିତ ସେମାନେ ବହୁତ ଖୁସି ଥିବାର କହି ଛନ୍ତି |ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ଅତିରିକ୍ତ ତହସିଲଦାର ଙ୍କ ସହିତ ତହସିଲ ର ସମସ୍ତ ଅଧିକାରୀ, କର୍ମଚାରୀ ସହଯୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ 36ନଂ ଜିଲାପରିଷଦ ସଦସ୍ୟ ଭଜ ମନ ବେହେରା, ପାଣ୍ଡିଆ ସମିତି ସଭ୍ୟ ସୀମାଗୌଡ଼, ସୁନାଥର ସରପଞ୍ଚ ଅନିଲ ନାହକ, ଆସ୍କା ଏମପି ପ୍ରତିନିଧି ସୁଦର୍ଶନ ନାୟକ ବ୍ଳକ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା ଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ନେତା, କର୍ମୀ ଓ ହିତାଧିକାରୀ ଉପସ୍ଥିତ ଥିଲେ ।