ଖଲ୍ଲିକୋଟ : 8/3 ଗତ ତିନି ଦିନ ଧରି ବିଜେଡ଼ି _ ବିଜେପି ମେଣ୍ଟ ନେଇ କେନ୍ଦ୍ର ଠାରୁ ରାଜ୍ୟ ଓ ଓଡିଶା ର ପୁରପଲ୍ଲୀ ରେ ଚାହା ଖଟି ରୁ ଆରମ୍ଭ କରି ବଜାର ହାଟ ଚାରିଆଡେ ଚର୍ଚ୍ଚା ଜୋର ସୋର ଚାଲିଥିବା ବେଳେ ଉଭୟ ଦଳ ର ଛାମୁଆ ନେତା ଙ୍କ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ସମସ୍ତ ଙ୍କ ରକ୍ତଚାପ ବଢ଼ି ଯାଇଥିବା ଲକ୍ଷ୍ୟ କରା ଯାଉଛି | ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ଉଭୟ ଦଳ ଘନ ଘନ ଚିନ୍ତନ ଶିବିର ମାନ ଡାକି ରାଜନୈତିକ ଅଙ୍କ କସା ଜୋର ଧରି ଥିବା ବେଳେ ଦୁଇ ଦଳ ର ଶତ୍ରୁତା କୁ କିପରି ପ୍ରଶମିତ କରି ନିର୍ବାଚନ ମୈଦାନ କୁ ଆସିବେ ସେ ନେଇ କଳ୍ପନା ଜଳ୍ପନା ଚାଲିଛି | ଗତ 2009 ଓ 2024 ରେ ବିଜେପି ତୃତୀୟ ସ୍ଥାନରେ ରହି ଆସୁଥିବା ବେଳେ 2019 ରେ କଂଗ୍ରେସ କୁ ପଛ ରେ ପକାଇ ପ୍ରାୟ 42 ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନ ହାସଲ କରିବ|ରେ ସମର୍ଥ ହୋଇଥିଲା |ତେବେ ବର୍ତମାନ ଉଭୟ ପାରମ୍ପରିକ ବିରୋଧୀ ଦଳ ଙ୍କ ସଂଗଠନ ତରିକା ବଦଳି ଯାଇଛି |ସ୍ଥାନୀୟ ବିଜେପି ନେତା ମାନେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଭଳି ବିଜେଡ଼ି ଦୁର୍ଗ ଭେଦ କରି ବିଜେପି ଗତ 10 ବର୍ଷ ଧରି ସଂଗ୍ରାମ ରେ ଧାରଣା, ବିକ୍ଷୋଭ ଆନ୍ଦୋଳନ , ହାତକୁ ନେଇ ରାଜ୍ୟ ନେତୃତ୍ୱ ର ନିଷ୍ପତ୍ତି କ୍ରମେ ସଂଘର୍ଷ ଜାରି ରଖି ଆସିଛି | ଗତ 2019 ମସିହାରେ ଖଲ୍ଲିକୋଟ ର ପ୍ରାକ୍ତନ ବିଜେଡ଼ି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କୁ ଟିକେଟ ନ ମିଳିବା ଫଳରେ ବହୁ ସମର୍ଥକ ବିଜେଡ଼ି ଛାଡ଼ି ବିଜେପି ରେ ଯୋଗ ଦେଇଥିଲେ |କ୍ରମଶଃ ବିଜେପି ର କଷ୍ଟ ଲବ୍ଧ ସଂଗଠନ ଶକ୍ତି ବୃଦ୍ଧି ଘଟୁଥିବା ବେଳେ ମେଣ୍ଟ ହେଲେ ଉଭୟ ବିଜେଡ଼ି ଓ ବିଜେପି କୁ କ୍ଷତି ପହଞ୍ଚାଇବ ବୋଲି ସାଧାରଣ ରେ ଆଲୋଚନା ହେଉଛି |ଏହାର ସୁବିଧା ନେବା ପାଇ କଂଗ୍ରେସ ପ୍ରସ୍ତୁତ ନଥିବା ଦେଖିବାକୁ ମିଳୁଛି |ତେବେ ଖଲ୍ଲିକୋଟ ବରିଷ୍ଠ ନେତ୍ରୀ ରାଣୀ ସୁଜ୍ଞାନ ଙ୍କ ଦେହାନ୍ତ ପରେ ବିଜେଡ଼ି ଦଳ ରେ ଟିକେଟ ଆଶାୟୀ ଓ ବର୍ତମାନ ବିଧାୟିକା ଙ୍କ ମଧ୍ୟରେ ତ୍ରିକୋଣୀୟ ବିବାଦ ଠିଆ ହୋଇଥିବା ବେଳେ ପ୍ରବଳ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇ ଗଲାଣି | ଏପରିକି ଗୋଟିଏ ଗୋଷ୍ଠୀ ବିଧ|ୟିକା ଙ୍କୁ ହଟାଇବା ପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି | ତେବେ ବିଜେଡ଼ି ଓ ବିଜେପି ରେ ନୂଆ ମୁହଁ ନେଇ ଚର୍ଚ୍ଚା ଲାଗି ରହି ଥିବା ବେଳେ ମେଣ୍ଟ ପରେ ଖଲ୍ଲିକୋଟ କାହା ଭାଗରେ ପଡିବ ଦେଖିବାକୁ ଭୋଟର ମାନେ ଉତ୍ସଛୁକତା ର ସହ ଆପେକ୍ଷ କରିଛନ୍ତି |ଦଳୀୟ ନିଷ୍ପତ୍ତି କର୍ମୀ ମାନେ କେତେଦୂର ମେଣ୍ଟ କୁ ଗ୍ରହଣ କରିବେ ତାହା ସମୟ ରେ ଜଣାପଡ଼ିବ |
ପ୍ରତିକ୍ରିୟା _
1 -ଓଡିଶା ର ବୃହତ୍ତ ସ୍ୱାର୍ଥ କୁ ନେଇ ରାଜ୍ୟ ବିଜେଡ଼ି ସଭାପତି ଯାହା ନିଷ୍ପତି ନେବେ ତାହାକୁ ଖଲ୍ଲିକୋଟ ବିଜେଡ଼ି ମାନିନେବେ ବୋଲି ସାଂସଦ ପ୍ରତିନିଧି ତଥା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ରତ୍ନାକର ସାହୁ ପ୍ରକାଶ କରିଛନ୍ତି |
2 – ଭାରତ ର ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ଦଳର ସ୍ୱାର୍ଥ ପାଇଁ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବୁ |ମାତ୍ର ମେଣ୍ଟ ନେଇ ତଳ ସ୍ତରର କର୍ମୀ ମହଲ ରେ ପ୍ରଚଣ୍ଡ ଅସନ୍ତୋଷ ରହିଛି ବୋଲି ବିଜେପି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ଓ ନଗର ସଭାପତି ଶଙ୍କର ନାହାକ ପ୍ରକାଶ କରିଛନ୍ତି |
3 – ଉଭୟ ବିଜେଡ଼ି ଓ ବିଜେପି ଦଳ ମେଣ୍ଟ ସମ୍ଭାବନା କୁ ନେଇ ଆସନ୍ତୁଷ୍ଟ ଥିବା ଯୁବକ ବନ୍ଧୁ ମାନଙ୍କ ପାଇଁ କଂଗ୍ରେସ ର ଦ୍ୱାର ଖୋଲା ରହିବ ଓ ଉଭୟ ଙ୍କ ମେଣ୍ଟ ରୁ ଫାଇଦା କଂଗ୍ରେସ ନେବ ବୋଲି କଂଗ୍ରେସ ପ୍ରାକ୍ତନ ସଭାପତି ମେଘନାଦ ଦଳାଇ ପ୍ରକାଶ କରିଛନ୍ତି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )
