(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ବେଗୁନିଆପଡ଼ା(୨୪/୦୨/୨୦୨୩)
ଗୋପାଳନ ପାଇଁ ଆଗ୍ରହ ସୃଷ୍ଟି କରାଉଛି ‘ଆଦର୍ଶ ଗୁହାଳ’। ହେଲେ ଏହି ଯୋଜନାରେ ତିଆରି ହୋଇଥିବା ଗୁହାଳରେ ଏବେ ଗାଈ ରହୁ ନଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ବଡ଼ ଖଇରଖମାର ଶରଧାପୁର ଗାଁ ରୁ ଆସିଛି ଏଭଳି ଦୃଶ୍ୟ।
ଗାଁ ଲୋକମାନେ ସାଧାରଣତଃ କୃଷି ଉପରେ ନିର୍ଭର କରି ଚଳିଥାନ୍ତି । ଚାଷ ଉପଯୋଗୀ ପାଇଁ ବର୍ତ୍ତମାନ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ବ୍ୟବହାର ହେଉଥିଲେ ମଧ୍ୟ ବହୁ ଚାଷୀ ଏବେ ବି ଗୁହାଳ ବଳଦ ରଖି ଚାଷ କାର୍ୟ୍ୟରେ ଲଗାଇଥାନ୍ତି । ତା ସାଙ୍ଗକୁ ଅନେକ ଲୋକ ଘରେ ଗୃହ ପାଳିତ ପଶୁ ଗାଈ, ଛେଳି, ମେଣ୍ଢା ଆଦି ରଖିଥାନ୍ତି । ବିଭିନ୍ନ କୃଷି କ୍ଷେତ୍ରରେ ଗାଈ ଗୋରୁଙ୍କ ଗୋବର ମଧ୍ୟ ବ୍ୟବହାର କରାଯାଉଥିବା ବେଳେ ଗାଈ ମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ଗୁହାଳର ଅଭାଵ ପରିଲିକ୍ଷିତ ହେଉଥିବା ଯୋଗୁଁ ରାଜ୍ୟ ସରକାର “ଆଦର୍ଶ ଗାଈ ଗୁହାଳ’ ଯୋଜନା କରିଥିଲେ। ତେବେ ଏହି ଯୋଜନାରେ ଗୁହାଳ ହେଉଛି ତ ସତ, କିନ୍ତୁ ଅଧିକାଂଶ ଗୁହାଳ ଗୁଡିକ ବାସ୍ତବ ଉଦେଶ୍ୟରେ ବ୍ଯବହୃତ ହେଉ ନଥିବା ଦେଖିବାକୁ ମିଳିଛି। ଗୁହାଳରେ ଘର ତିଆରି ପାଇଁ ବ୍ଯବହୃତ କାଠ ବାଉଁଶ ଇତ୍ଯାଦି ଜିନିଷ ରଖା ଯାଇଛି। ଆଉ କେଉଁଠି ଧାନ ବସ୍ତା ରହିଥିବା ମଧ୍ୟ ଦେଖିବାକୁ ମିଳିଛି। କହିବାକୁ ଗଲେ ବାସ୍ତବରେ ଗାଈ ଗୁହାଳ ତିଆରି ଯେଉଁ ଉଦେଶ୍ୟରେ ତିଆରି ହୋଇଥିଲା ତାହା ଫେଲ୍ ମାରିଛି।
