You are currently viewing ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ ରାଜ୍ୟସଭା ସାଂସଦ ତଥା ଓଡିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ।
ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଲେ ରାଜ୍ୟସଭା ସାଂସଦ ତଥା ଓଡିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ।

ଖଲ୍ଲିକୋଟ 16/12
ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ଆଜି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କହ୍ନେଇପୁର ଓ ମାଣିକ୍ୟପୁର ପଞ୍ଚାୟତରେ ପହଞ୍ଚିଛି । ଗ୍ରାମାଞ୍ଚଳରେ ସଂକଳ୍ପ ଯାତ୍ରାକୁ ବିପୁଳ ମାତ୍ରାରେ ଜନ ସମର୍ଥନ ମିଳୁଛି। ଜନ ସାଧାରଣ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତାଧିକାରୀ ଯୋଜନା ମଧ୍ୟରେ ଯୋଗାଯୋଗର ମାଧ୍ୟମ ପାଲଟିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ କହ୍ନେଇପୁର ଓ ମାଣିକ୍ୟପୁର ପଞ୍ଚାୟତର ବହୁ ଜନସାଧାରଣ ଏହି ଯାତ୍ରାରେ ସାମିଲ ହୋଇଥିଲେ।

କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ବିଷୟରେ ଜନସାଧାରଣ ଜାଣିବା ଓ ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇବା ହେଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରାର ମୂଖ୍ୟ ଉଦ୍ଦେଶ୍ୟ। ଖଲ୍ଲିକୋଟ ବ୍ଳକର ସାବିଳିଆ ପଞ୍ଚାୟତରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା, ବ୍ଳକର ୨୯ ଗୋଟି ପଞ୍ଚାୟତ ଏହି ରଥ ବୁଲିବା ସହ ଜନସାଧାରଣଙ୍କୁ ବିଗତ ୯ ବର୍ଷ ଭିତରେ ମୋଦୀ ସରକାରଙ୍କ ଦ୍ବାରା ହୋଇ ଥିବା ଜନ କଲ୍ୟାଣକାରୀ ଯୋଜନା ଦ୍ବାରା ଦେଶର ଗରୀବ,ଆଦିବାସୀ, ହରିଜନ, ମହିଳା, ଛାତ୍ରଛାତ୍ରୀ,ଯୁବକ ,କୃଷକଙ୍କର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ସଂପର୍କରେ ଦର୍ଶାଇଵ। ଯେଉଁ ମାନେ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଯୋଡି ହେବାର ସୁଯୋଗ ପାଇବେ ,ଏ ହେଉଛି ମୋଦୀ ଗ୍ୟାରେଣ୍ଟିର ମୂଳଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ଓଡିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଡ଼ିଓ ଦେବାଶିଷ ସାମଲ, ଏ ପି ଡି ପ୍ରତାପ ଚନ୍ଦ୍ର ପ୍ରଧାନ, ସିଡିପିଓ ପଦ୍ମିନୀ ସାହୁ, ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ, ସାଂଗଠନିକ ସଂପାଦକ ମାନସ ମହାନ୍ତି, ସ୍ବଛ ଭାରତ ମିଶନ ଓଡିଶା ସଂଯୋଜକ ମହେଶ ମହାନ୍ତି, ବିଜେପି ନେତ୍ରୀ ଅନୀତା ଶୁଭଦର୍ଶନୀ,କହ୍ନେଇପୁର ସରପଞ୍ଚ ପ୍ରକାଶ ସାସମଲ,ସମିତି ସଭ୍ୟା ପ୍ରତିନିଧି କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ଥିବା ବେଳେ ବିପିଏମ,ବିପିସି, ଜି ପି ଓ, କୃଷି ବିଭାଗ ,ଯୋଗାଣ ବିଭାଗ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରଥମେ ଗୁରାପଲ୍ଲୀ ଟୋଲଗେଟ ଠାରେ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଢୋଲବାଦ୍ୟ ସହ ହୂଳ ଧ୍ବନିରେ ସ୍ବାଗ କରାଯାଇଥିଲା।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରାଯାଇଥିଲା ଓ ଅତିଥି ମାନେ ପୁରଷ୍କାର ପ୍ରଦର୍ଶନ କରିଥିଲେ। ଘୁମୁସର ଜିଲ୍ଲା ସାଧାରଣ ସଂପାଦକ ଅନୀଲ ପଣ୍ଡା, ସଂପାଦକ ଯଜ୍ଞ ନାରାୟଣ ଦାସଙ୍କ ସମେତ ଭାରତୀ ବେହେରା, ଶଙ୍କର ପ୍ରସାଦ ନାହାକ,ଜଗନ୍ନାଥ ଭୂୟାଁଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ ।

(ରିପୋର୍ଟ ;ମାଧବ ବେହେରା, ଖଲ୍ଲିକୋଟ )