You are currently viewing ପୁରୁଷୋତ୍ତମପୁର ବ୍ଳକ ଭାଟ କୁମ ରଡ଼ା ସେବା ସମବାୟ ସମିତି ରେ ବେଙ୍କ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ |
ପୁରୁଷୋତ୍ତମପୁର ବ୍ଳକ ଭାଟ କୁମ ରଡ଼ା ସେବା ସମବାୟ ସମିତି ରେ ବେଙ୍କ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ |

ପୁରୁଷୋତ୍ତମପୁ ବ୍ଳକ ଭାଟକୁମ ରଡ଼ା ସମବାୟ ସମିତି ଅଫିସ ଆଗରେ ସମବାୟ ସମିତି ର ବେଙ୍କ ସେବା ଓ ରୁଣ କର୍ମଶାଳା ସମବାୟ ସମିତିର ସମ୍ପାଦକ ସୁବୋଧ କୁମାର ଦାସ ଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଏ ଆର ସି ଏସ ଯୋଗ ମାୟା ସାବତ, ସମ୍ମାନିତ ଅତିଥି ଭାବେ ହିଞ୍ଜିଳି ଜୋନ ବିସିସି ବେଙ୍କ ଡାଇରେକ୍ଟର ବାବୁ ନାୟକ,, ପୁରୁଷୋତ୍ତମପୁର ସମବାୟ ବେଙ୍କ ମେନେଜର କୃଷ୍ଣ ଚନ୍ଦ୍ର ନାୟକ, ବିସିସି ବେଙ୍କ ଡାଇରେକ୍ଟର ସୁଷମା ବେହେରା, ବରିଷ୍ଠ ଶିକ୍ଷା ବିତ ପୂର୍ଣ୍ଣ ଚନ୍ଦ୍ର ଦାଶ, ସମିତି ସଭ୍ୟ କୋରା ନାଥ ସ୍ବାଇଁ, ସରପଞ୍ଚ ତଥା ବିସିସି ବେଙ୍କ ସମ୍ପାଦକ ମନ ମୋହିନୀ ପୋଲାଈ, ସମବାୟ ସଭାପତି ବି ଲଛ ମେୟା ନାଇଡୁ, ପାଣ୍ଡିଆ ସମବାୟ ସଭାପତି ସିମାଞ୍ଚଳ ଗୌଡ଼, ଜଗନ୍ନାଥ ପୁର ସରପଞ୍ଚ ବି ରଞ୍ଜନ ପାତ୍ର, ଜଗନ୍ନାଥ ପୁର ସମିତି ସଭ୍ୟ ସନ୍ତୋଷ ଦାସ, ସମ୍ପାଦକ ସୁବ୍ରତ କୁମାର ଦାସ, ପ୍ରମୁଖ ମଞ୍ଚାସିନ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଗାଙ୍ଗ ଦହଣି ସମ୍ପାଦକ ଚତୃଭୁଜସ୍ବାଇଁ, ଖାଜି ପଲି ସମ୍ପାଦକ ପୁର୍ଣଚନ୍ଦ୍ର ପଣ୍ଡା, ପାଣ୍ଡିଆ ସମ୍ପାଦକ ବିଜୟ ଚନ୍ଦ୍ର ବେହେରା, ଶିକରପୁର ସମ୍ପାଦକ ବାବୁ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ | ଆଜି ପୂର୍ବାହ୍ନରେ ଜଗନ୍ନାଥ ମନ୍ଦିର ର ସମ୍ମୁଖରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ପୁରୁଷୋତ୍ତମପୁର ବିସିସି ବେଙ୍କ ମେନେଜର କୃଷ୍ଣ ଚନ୍ଦ୍ର ନାୟକ, ସମସ୍ତ ବେଙ୍କ ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ଭାଗଚାଷୀ କିପରି ଏହି ଯୋଜନାର ଲାଭ ଉଠାଇ ପାରିବ ସେ ଦିଗରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଯେଉଁମାନେ ସମ୍ପୂର୍ଣ ଭାବେ ଭୂମି ହୀନ, ସେମାନଙ୍କୁ ମଧ୍ୟ ବଳରାମ ଯୋଜନା ରେ ରୁଣ ଦେବାସହ ପୁର୍ବ ର ରୁଣ ଥିଲେ 13ଟଙ୍କା ସୁଧରେ ତାକୁ ପରିଶୋଧ କରିବାକୁ ପଡିବ ବୋଲି କହିଥିଲେ | ଅନ୍ୟ ଅତିଥିମାନେ ମଧ୍ୟ ଅନୁରୂପ ମତ ଦେଇଥିଲେ | ଏ ଆର ସି ଏସ ଯୋଗ ମାୟା ସାବତ ତାଙ୍କର ଅନର୍ଗଳ ଭାଷଣ ମାଧ୍ୟମରେ ବେଙ୍କ ର ରୁଣ ର ସୁବିଧା, ଓ ତାର କାର୍ଯ୍ୟ କାରିତାରେ ବହୁ ସମବାୟ ସଂସ୍ଥା ଏପରିକି ଅମୁଲ କମ୍ପାନୀ, ଓମ ଫେଡ଼ ଏହିପରି ବହୁ ସଂସ୍ଥା ଛୋଟରୁ ଆରମ୍ଭ କରି aଆଜି ହଜାର, ହଜାର କୋଟି ଟଙ୍କାର ବ୍ୟବସାୟ କରି ପାରିଛନ୍ତି ତେଣୁ ଏହାକୁ ଠିକ ଭାବେ ପରିଚାଳନା କଲେ ସମସ୍ତେ ସୁବିଧା ପାଇ ପାରିବେ, କିନ୍ତୁ ରୁଣ ନେଇ ତାକୁ ପରିଶୋଧ ନକଲେ ସମବାୟ ବନ୍ଦ ହେବା ସହ କୌଣସି ରିହାତି ଦେଇ ପାରିବ ନାହିଁ ବୋଲି କହିଥିଲେ | ଏହି ସଭାକୁ ଡି ଇ ଓ ମାନେ ହେଲେ ସୁଶାନ୍ତ ପ୍ରଧାନ, ସୁନୀଲ କୁମାର ସାହୁ, ସିଦ୍ଧାନ୍ତ କୁମାର ସ୍ବାଇଁ, ଚନ୍ଦନ କୁମାର ରଣା, ନିରଞ୍ଜନ ନାହକ, ପ୍ରସନ୍ନ କୁମାର ସାହୁ ସଂଜୟ କୁମାର ମଲିକ ପ୍ରମୁଖ ପରିଚାଳନା କରିଥିଲେ | ରିପୋର୍ଟ: ପ୍ରସନ୍ନ କୁମାର ଦାସ