ଭୁବନେଶ୍ୱର। ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ଆଜି ଆନ୍ଦୋଳନ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଥିଲା। ଏହି କର୍ମୀଙ୍କ ଆକ୍ରମଣରେ ୨୧ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ୨୦ ବିଜେପି କର୍ମୀଙ୍କୁ ଥାନାରେ ଅଟକ ରଖିଲା।
ଖବର ଅନୁଯାୟୀ ନବ ଦାସ ହତ୍ୟା ମାମଲା ତଥା ବିଗିଡିଯାଇଥିବା ଆଇନଶୃଙ୍ଖଳାକୁ ନେଇ ବିଜେପି କର୍ମୀ ପାର୍ଟି ମୁଖ୍ୟାଳୟରୁ ଏକ ରାଲି ବାହାର କରିଥିଲା। ଏହି ରାଲି ଲୋୟର ପିଏମଜି ଦେଇ ବିଧାନସଭା ଆଡକୁ ଗତି କରୁଥିଲା। ସେହି ସମୟରେ ପୁଲିସ ବିଜେପି କର୍ମୀଙ୍କୁ ଲୋୟର ପିଏମଜିରେ ଅଟକାଇବାକୁ ପ୍ରୟାସ କରିଥିଲା। ପରେ ପୁଲିସ-ବିଜେପି ଯୁବମୋର୍ଚ୍ଚା କର୍ମୀ ହାତାହାତି, ଧସ୍ତାଧସ୍ତି ହୋଇଥିଲେ। ବିଜେପି କର୍ମୀଙ୍କ ଆକ୍ରମଣରେ ପ୍ରାୟ ୨୧ପୋଲିସ କର୍ମଚାରୀ ଏବଂ କିଛି ସାମ୍ବାଦିକ ମଧ୍ୟ ଗୁରୁତର ହୋଇଛନ୍ତି। ଏହା ପରେ କ୍ୟାପିଟାଲ ଥାନା ପୋଲିସ ଏକ ମାମଲା ରୁଜୁ କରି ୨୦ ବିଜେପି କର୍ମୀଙ୍କୁ ଉଠାଇ ଆଣିଥିଲା।

ଅନ୍ୟ ପଟେ ବିଜେପି ନେତା କହିଛନ୍ତି ପ୍ରତିବାଦଗର ପ୍ରକୋପ ଦେଖି ପୋଲିସ ବିଜେପି କର୍ମୀମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା । ଉଭୟ ବିଜେପି କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲା । ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀମାନେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ କର୍ମୀଙ୍କୁ ଭିଆଇପି ଟ୍ରିଟମେଣ୍ଟ କରିଥିବାବେଳେ ଆହତ ବିଜେପି କର୍ମୀ ଷ୍ଟ୍ରେଚରରେ ହସ୍ପିଟାଲ ବାରଣ୍ଡାରେ ପଡ଼ିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ହସ୍ପିଟାଲ ଯାଇ ଆହତ ବିଜେପି କର୍ମୀଙ୍କୁ ଭେଟିଛନ୍ତି ।
