You are currently viewing କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କିଶନନଗର ମଣ୍ଡଳ ଅନ୍ତର୍ଗତ ଧରିଣା ପଞ୍ଚାୟତର କମରପଦା ବଜାର ଠାରେ ସଦର ଵିଜେପି ଯୁବ ନେତା ତଥା ଉତ୍କଳ ବିକାଶ ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଚିତ ରଂଜନ ସାହୁ, ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁକାନ୍ତ ଵିଶ୍ୱ।ଳ, ଜିଲ୍ଲା ଉପସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ,ବିମଳ ପଣ୍ଡା, ଅଶୋକ ସାହୁ, ଅଭିମନ୍ୟୁ ସାହୁ, ସର୍ବେଶ୍ଵର ନାୟକ, ସୁଭେନ୍ଦୁ ପଣ୍ଡା,ପ୍ରଭାତ ସେଠୀ,ସୁରେଶ ଜେନା, ଲକ୍ଷ୍ମୀଧର ଜେନା ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ କର୍ମୀ ବାଜା ବାଣ ଫୁଟାଇ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।ଏଥି ସହିତ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରଘୁନାଥପୁର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।