You are currently viewing ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକବରିଷ୍ଠ ନାଗରିକ ମଞ୍ଚ ର ଚତୁର୍ଥ ବାର୍ଷିକ ସମ୍ମିଳନୀ
ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକବରିଷ୍ଠ ନାଗରିକ ମଞ୍ଚ ର ଚତୁର୍ଥ ବାର୍ଷିକ ସମ୍ମିଳନୀ

ସୋରଡା -10 /02 / 2026(ଲିଟୁ କୁମାର ବିଷୋୟୀ) ଆଜି ଗଞ୍ଜାମ ଜିଲ୍ଲା ବରିଷ୍ଠ ବିଜୁ ପଟ୍ଟନାୟକ ବରିଷ୍ଠ ନାଗରିକ ମଞ୍ଚ ସୋରଡ଼ା ପକ୍ଷରୁ ସ୍ଥାନୀୟ ସିତାରାମ ରଙ୍ଗମଞ୍ଚ ପରିସରରେ ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ସଂଘ ସଭାପତି ଦେବେନ୍ଦ୍ର ନାଥ ପାତ୍ର,ସ୍ଥାନୀୟ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି କେଦାର ଚନ୍ଦ୍ର ବେହେରା, ବ୍ରହ୍ମପୁର ସଭାପତି ଡ଼ଃ ଇନ୍ଦୁ ଭୂଷଣ ପଟ୍ଟନାୟକ, ମୁଖ୍ୟ ବକ୍ତା ପ୍ରଶାନ୍ତ କୁମାର ମହାପାତ୍ର,ସୋରଡ଼ା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଏସ ସନ୍ତୋଷ କୁମାର ପାତ୍ର,

ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୁନୀଲ କୁମାର ବତ୍ରା,ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପରିଚାଳକ କୈଳାସ ଚନ୍ଦ୍ର ପାତ୍ର, ଭସ୍କାର ବିଷୋୟୀ ପ୍ରମୁଖ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବରିଷ୍ଠ ନାଗରିକ ମାନଙ୍କ ସମାଜରେ ଆବଶ୍ୟକତା ଓ ସେମାନଙ୍କ ଦ୍ବାରା ଗଠିତ ସଙ୍ଘ ଲକ୍ଷ ଉଦେଶ୍ୟ ଆଦି ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ଉପସ୍ଥିତ ଅତିଥିମାନେ ବରିଷ୍ଠ ନାଗରିକ ଅନେକ ସମୟରେ ଉପେକ୍ଷିତ ହେଉଥିବା ବେଳେ ସମାଜରେ ଯୌଥ ପରିବାର ଆଧୁନିକତାର ଦ୍ୱାହି ଦେଇ ସମାଜ ଗଠନ ପରେ ଏକ ହୋଇ ଦୁସ୍ଥ ଜୀବନ ନିର୍ବାହ କରିବା,ଅଞ୍ଚଳର ବିଭିନ୍ନ ସଂଗଠନ ସହିତ ଜଡ଼ିତ ରହି ସେମାନଙ୍କୁ ଦିଗଦର୍ଶନ ଦେବା ଓ ଚିତ ବିନୋଦନରେ ସମୟ ଅତିବାହିତ ନେଇ ମତ ଦେଇଥିଲେ।

ଏବଂ ବିଧାୟକ ଗତ ଅଧିବେଶନରେ ଉପସ୍ଥିତ ରହି ସଙ୍ଘ ନିଜସ୍ଵ ଜାଗା ପାଇଁ ଉଦ୍ୟମ ହେତୁଧନ୍ୟବାଦ ଦେଇଥିଲେ ଓ ସରକାର ତିନି ହଜାର ଭତା ଓ ରେଳ ସରଣକ୍ଷ ଆଦି ବ୍ୟବସ୍ଥା ନେଇ ଦାବୀ ରଖିଥିଲେ।ସଂଘର ବରିଷ୍ଠ ସଦସ୍ୟ ଗଣ କେଦାର ବେହେରା,ବ୍ରହ୍ମ ନାରାୟଣ ପଣ୍ଡା,ଜୟକୃଷ୍ଣ ପଣ୍ଡା, ସନ୍ତୋଷ କୁମାର ସାମନ୍ତରାୟ,ଉମା ଚରଣ ଦାସ,ତ୍ରିନାଥ ଗୌଡ଼,ରାଜେନ୍ଦ୍ର ପାଣିଗ୍ରାହୀ, ପ୍ରଶାନ୍ତ ରାଉତ,ସୁରେନ୍ଦ୍ର ବେହେରା, ସୁରେନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ। ନିର୍ଧାରିତ କାର୍ଯ୍ୟସୂଚୀ ମୁତାବକ କାର୍ଯ୍ୟକ୍ରମ ପରିଚାଳନା ନେଇ ସମ୍ପାଦକ କାଳୀ ଚରଣ ପ୍ରଧାନ ସଂଯୋଜନା କରି କହିଛନ୍ତି।

ଏବଂ ବରିଷ୍ଠ ସଦସ୍ୟ ଉମା ଚରଣ ଦାସ ଧନ୍ୟବାଦ ସହିତ ଏହି ଦିବସକୁ ହର୍ଷଲ୍ଲାସ ସହିତ ପାଳି ଭଗବାନଙ୍କ ନିକଟରେ ସୁଖଦ ସମାଜ ପାଇଁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅଞ୍ଚଳ ର ବରିଷ୍ଠ ନାଗରିକମାନଙ୍କ ପାଇଁ ସଙ୍ଘ ତରଫରୁ ଦେୟମୁକ୍ତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା |