You are currently viewing ଖଲ୍ଲିକୋଟ ; ବିଜେଡି ପାଳିଲା ବିଜୁ ଜୟନ୍ତୀ ବ୍ଲକ କାର୍ଯ୍ୟାଳୟ ରେ କର୍ମଚାରୀ ମାନଙ୍କ ସହ ବିଜୁ ଙ୍କୁ ପୁଷ୍ପମାଲ୍ୟ ଦେଲେ ବିଧାୟକ .
ଖଲ୍ଲିକୋଟ ; ବିଜେଡି ପାଳିଲା ବିଜୁ ଜୟନ୍ତୀ ବ୍ଲକ କାର୍ଯ୍ୟାଳୟ ରେ କର୍ମଚାରୀ ମାନଙ୍କ ସହ ବିଜୁ ଙ୍କୁ ପୁଷ୍ପମାଲ୍ୟ ଦେଲେ ବିଧାୟକ .

ଖଲ୍ଲିକୋଟ : 5/3 ଖଲ୍ଲିକୋଟ ରେ ବିଜେଡି ତରଫରୁ ଓଡିଶା ର ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଜୟନ୍ତୀ ପାଳନ କରିଛି |ଖଲ୍ଲିକୋଟ ର ପୂର୍ବତନ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ ଙ୍କ ନେତୃତ୍ୱ ରେ ଏକ ଶୋଭାଯାତ୍ରା ତାଙ୍କ ବାସଭବନ ରୁ ବାହାରି ନିର୍ମଳ ଝର ଛକ ଠାରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ କରି ଥିବା ବେଳେ ଦଳ ର ଛାମୁଆ କର୍ମୀ ମାନେ ସ୍ବର୍ଗତ ବିଜୁ ବାବୁ ଙ୍କ ଗୁଣାବଳୀ ର ସ୍ମୃତି ଚାରଣ କରିଥିଲେ |

ଉକ୍ତ ଜୟନ୍ତୀ କାର୍ଯ୍ୟକ୍ରମ ରେ ବରିଷ୍ଟ ବିଜେଡି ନେତା କିଶୋର ପଳାଇଁ, ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା, ଅସ୍ଥାୟୀ ବିଜେଡି ବ୍ଲକ ସଭାପତି ପ୍ରଫୁଲ୍ଲ ସାହୁ, କାନାକା ସରପଞ୍ଚ ରେଖା ଜାଲ୍ଲୀ, ସାବୁଲିଆ ସରପଞ୍ଚ ଅହଲ୍ୟା ବେହେରା, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ମିତାଞ୍ଜଳି ମିଶ୍ର ପୁରୁଷୋତ୍ତମପୁର ଏନ ଏ ସି caunciller ଅଶୋକ ମାହାଙ୍କୁଡ , ପଥରା ପୂର୍ବତନ ସରପଞ୍ଚ ବନମାଳୀ ବାଲା, କେଶପୁର ସରପଞ୍ଚ ବିଚିତ୍ର ଜାଲ୍ଲୀ ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ, ଚନ୍ଦନା ସେଠୀ, ଚିତ୍ତରଞ୍ଜନ ମାଝି ଓ ବିଭିନ୍ନ ପଂଚାୟତ ର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଅଂଶ ଗ୍ରହଣ କରି ବିଜୁ ପଟ୍ଟନାୟକ ଅମର ରହେ ଧ୍ୱନି ରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |


ସେହିପରି ଖଲ୍ଲିକୋଟ ବ୍ଲକ ପଂଚାୟତ ସମିତି ସଭା ଗୃହ ରେ ବିଜୁ ବାବୁ ଙ୍କ ର ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା |ଉକ୍ତ ଜୟନ୍ତୀ କାର୍ଯ୍ୟକ୍ରଣ ରେ ସ୍ଥାନୀୟ ବିଜେପି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଫୋଟ ରେ ପୁଷ୍ପମାଲ୍ୟ ପ୍ରଦାନ କରି ବିଜୁ ବାବୁ କେବଳ ଓଡିଶା ନୁହଁ ସମଗ୍ର ପୃଥିବୀ ଏକ ଜନ ନେତା ଥିଲେ ବୋଲି ଅଭିହିତ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ବି ଡି ଓ ଦେବାଶିଷ ସାମଲ ତହସିଲଦାର ଡି ମଲେଶ୍ୱର ପାତ୍ର ଓ ସହ ନିର୍ବାହୀ ଯନ୍ତ୍ରୀ ହରି କୃଷ୍ଣ ସାହୁ ଙ୍କ ସମେତ ବ୍ଲକ ର ସମସ୍ତ କନିଷ୍ଟ ଯନ୍ତ୍ରୀ ଓ ଯୋଗାଣ ଅଧିକାରୀ ଶିଶୁ ବିକାଶ ଅଧିକାରୀ , କଲ୍ୟାଣ ଅଧିକାରୀ ଓ ଗ୍ରାମ ପଂଚାୟର ଅଧିକାରୀଙ୍କ ସମେତ ସବୁ ବିଭାଗ ର ସମସ୍ତ କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ