ରାଉରକେଲା,
ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା କାଲି ସମଗ୍ର ରାଜ୍ୟ ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁନ୍ୟତିଥି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ରାଉରକେଲାରେ ସକାଳ ୭ଟା ୩୦ରେ ବୈକୁଣ୍ଠ ଘାଟରେ ତିଲତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସକାଳ ୮ଟା ରେ ଆମ୍ବାଗାନସ୍ଥିତ ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଅଥିତି ଭାବେ ରାଉରକେଲା ଏସିପି ମିତ୍ରଭାନୁ ମହାପାତ୍ର ଏବଂ ସମ୍ମାନିତ ଅଥିତି ଭାବେ ଆରଏସପି ନିର୍ବାହୀନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ଯୋଗଦେବେ।କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ୍ ହେବାକୁ ସମ୍ମତି ପ୍ରଦାନ କରିଛନ୍ତି। ପୂର୍ବାହ୍ନ ୮ଟା ୧୫ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯିବ। ସେହିପରି ସକାଳ ୯ଟା ରେ ବଡ଼ଗାଁ ଆଇଟିଆଇରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନଷ୍ଠିତ ହେବ ବୋଲି ଜଣାଯାଇଛି।
