You are currently viewing ଜଗନ୍ନାଥପୁର ପଞ୍ଚାୟତରେ ରାସନ ଚାଉଳ ପ୍ରଦାନ ଓଜନରେ କମ ଥିବାରୁ ଜନସାଧାରଣଙ୍କ ଅଭିଯୋଗ ।
ଜଗନ୍ନାଥପୁର ପଞ୍ଚାୟତରେ ରାସନ ଚାଉଳ ପ୍ରଦାନ ଓଜନରେ କମ ଥିବାରୁ ଜନସାଧାରଣଙ୍କ ଅଭିଯୋଗ ।

ପୁରୁଷୋତ୍ତମପୁର , ୦୧/୦୨ – ( ପ୍ରସନ୍ନ କୁମାର ଦାସ ) -:- ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପୁର ପଞ୍ଚାୟତ ରେ କେନ୍ଦ୍ର ଓ ରାଜ୍ୟ ସରକାରଦ୍ୱାରାଆର୍ଥିକ ଅନଗ୍ରସର ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ନିମନ୍ତେ 2 ଟଙ୍କିଆ ଚାଉଳ ଯୋଗାଣ ବ୍ୟବସ୍ତା କରିଛନ୍ତି| ତେବେ ଚାଉଳ ପାଇଁ ବହୁ ଦୂର ରୁ ମହିଳା ମାନେ ଆସିଥାନ୍ତି | କିନ୍ତୁ କିଛି ପଞ୍ଚାୟତ ଯୋଗାଣ ବ୍ୟକ୍ତି ଏହି ଚାଉଳ ପ୍ରଦାନ ରେ ଘୋଟଲା କରି ଓଜନ ରେ କମଦେଉଥାନ୍ତି |

ଏହି କଥା ଧରା ପଡିଲା ପରେ ଗ୍ରାମବାସୀମାନେ ଶିଶିର କୁମାର ଦାଶ, ବ୍ରଜମୋହନ ଦାଶ, ସମିତି ସଭ୍ୟ ସନ୍ତୋଷ କୁମାର ଦାଶ, ମିଟୁ ସାହୁ, କବିରାଜ ସାହୁ, ରଜନୀ ବେହେରା, ସୁନିତା ଦାସ, ନିଲୁ ବେହେରା, ଜୟନ୍ତୀ ବେହେରା, ସୁଶୀଳା ଗୌଡ଼,ତଥା ପଞ୍ଚାୟତ ଅଫିସିରେ ପାଟିତୁଣ୍ଡ କରିଥିଲେ | ୩୬ କିଲୋରେ ୩ କେଜି କମ ରହୁଥିବାର ଲୋକମାନେ ଅଭି ଯୋଗ କରି ଚାଉଳ ପ୍ରଦାନ ବନ୍ଦ ରଖି ଛନ୍ତି | ଏହା ଉପରେ ସରପଞ୍ଚ କିଛି କହିବାକୁ ମନାକରି ଲୋକଙ୍କୁ ଚାଉଳ ଦିଅ ବୋଲି କହିଥିଲେ । ତେବେ ବ୍ଲକ ର ଯୋଗାଣ ବିଭାଗ ଅଧିକାରୀ ଯାଇ ସମସ୍ତ ବିଷୟକୁ ଯାଞ୍ଚ କରି 3ଗୋଟି ଓଜନ ମିସିନୀକୁ ଦେଖି ଦୁଇଟି ର ଅସୁବିଧା ରହିଛି ବ୍ରହ୍ମପୁର ର ଟେକ୍ନିକାଲ ଲୋକ ଆସିଲା ପରେ ଯଦି ଜଣା ପଡିବ ତାହା ଭୁଲ ଅଛି ତେବେ ପୂର୍ବରୁ ନେଇଥିବା ଲୋକଙ୍କୁ ସେମାନଙ୍କ କମ ଚାଉଳ ଦିଆଯିବ ବୋଲି ନୀଳିମା ମହାନ୍ତି କହିଛନ୍ତି | ତେବେ ପଦାରେ ଓଜନ ମିସିନି ଠିକ ନାହିଁ ବୋଲି ମଧ୍ୟ ସେ କହିଥିଲେ | ତେବେ ଲୋକଙ୍କ କଥା ତେବେ ସେମାନେ ଲୋକ ମାନଙ୍କୁ କିପରି ସାମାନ ବିକୁଛନ୍ତି ଆପଣ ତାହା ଉପରେ କାହିଁକି ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି |