You are currently viewing ଦୁଇଟି ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ, ସମ୍ବର୍ଦ୍ଧନା ଉତ୍ସବ ଓ ମିଶ୍ରଣ ପର୍ବ ଅନୁଷ୍ଠିତ.
ଦୁଇଟି ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ, ସମ୍ବର୍ଦ୍ଧନା ଉତ୍ସବ ଓ ମିଶ୍ରଣ ପର୍ବ ଅନୁଷ୍ଠିତ.

କୋଦଳା ପୁରୁଣା ଡାକବଙ୍ଗଳା ପଡିଆ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ସହ, ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର କୁ ମୁନ୍ସିପାଲଟି ମାନ୍ୟତା ପ୍ରଦାନ କରାଯାଇଥିବାରୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଏଠାରେ ସମ୍ବର୍ଦ୍ଧନା ଦିଆଯାଇଛି।

ଖଣି ଇସ୍ପାତ,ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ, ପଶୁ ସମ୍ପଦ କ୍ଷୁଦ୍ରଅଣୁ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି,

ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସୋରଡ଼ା ନୀଳମଣି ବିଷୋୟୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଚିକିଟି ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ରାଜ୍ୟ ସମ୍ପାଦକ ସାରଦା ପ୍ରସାଦ ଶତପଥି, କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ,ଭଞ୍ଜନଗର ଓ ଆସିକା ସାଙ୍ଗଠନିକ ସଭାପତି, ରମ୍ଭା, ଛତ୍ରପୁର ଓ

ପୁରୁଷୋତ୍ତମପୁର ନଗରପାଳ ମଞ୍ଚାସିନ ରହିଥିଲେ । ଓଡିଶା ସରକାରଙ୍କ ଗୃହ ଓ ନଗର ଉର୍ନ୍ନୟନ ବିଭାଗ ପକ୍ଷରୁ କୋଦଳା ଏନ ଏ ସି ପାଇଁ ବିଭିନ୍ନ ପ୍ରକଳ୍ପର ମଞ୍ଜୁରୀ ପାଇଛି । ରବିବାର ଦିନ ଗୃହ ଓ ନଗର ଉର୍ନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଞ୍ଜାମ ଗସ୍ତ କରି କୋଦଳା ଠାରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

କୋଦଳା ଏନ ଏ ସି ରେ ସାତ କୋଟି ଦୁଇ ଲକ୍ଷ ଟଙ୍କା ବ୍ୟୟ ରେ ଅତ୍ୟାଧୁନିକ ବଜାର ଗୃହ ଓ ଆଠ କୋଟି 71 ଲକ୍ଷ ଟଙ୍କା ବ୍ୟୟରେ ହଜ ଜଳାଶୟ ର ପୂନଃ ଉଦ୍ଧାର ଓ ସୌନ୍ଧର୍ଯ୍ୟକାରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, ସାନ ଉସ୍ତା ପଡା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ, ବେରୁହାଁ ବାଡ଼ି ପ୍ରତିମା ପାଢ଼ୀ, ସମିତି ସଭ୍ୟ ବ୍ରଜ ସୁନ୍ଦର ସାହୁ, ସମା ସରପଞ୍ଚ ନମିତା ସେଠି, ଚନ୍ଦନପୁର ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ବେହେରା, ମଠ ସରସିଂସରପଞ୍ଚ ମଞ୍ଜୁଲତା ବେହେରା, ବୁରୁଝରୀ ସମିତି ସଭ୍ୟା ସୁଚିତ୍ରା ମହାନ୍ତି, ଘୋଡାପଡା ସମିତି ସଭ୍ୟ ବେଗୁନିଆପଡ଼ା, ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳର ନାଏବ,ବହୁ ଓ୍ବାର୍ଡ ସଭ୍ଯ, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଶତାଧିକ କର୍ମୀ ଅନ୍ଯ ଦଳ ଛାଡି ବିଜେପି ଦଳରେ ସାମିଲ ହୋଇଛନ୍ତି ।