ପୁରୀ,୩୦/୮-ସିପିଆଇ ର ପୁରୀଜିଲ୍ଲା ସମ୍ମିଳନୀ ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣା ରଙ୍ଗମଞ୍ଚରେ ୨ଦିନିଆ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ଜନଆନ୍ଦୋଳନକୁ ବ୍ଯାପକ କରାଯିବ । ସମ୍ମିଳନୀରେ ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ ଓ ସହ ସମ୍ପାଦକ ଭାବେ ହରିହର ସେନାପତି ନିର୍ବାଚିତ ହୋଇଛନ୍ତି । ୨୭ ଜଣିଆ ଜିଲ୍ଲାପରିଷଦ, ୯ ଜଣିଆ କାର୍ଯ୍ୟକାରୀ କମିଟି ଓ ଆଗାମୀ ସେପ୍ଟେମ୍ବର ୪ ରେ ପାର୍ଟି ରାଜ୍ୟ ସମ୍ମିଳନୀ ପାଇଁ ପୁରୀଜିଲ୍ଲାରୁ ୧୨ ଜଣ ପ୍ରତିନିଧି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ।

ପୁରୀ ଜିଲ୍ଲାରେ ଜଳସେଚନ ଓ ଜଳନିଷ୍କାସନ ପାଇଁ ମାଷ୍ଟରପ୍ଲାନ୍,କେନାଲ ଗୁଡ଼ିକର କଂକ୍ରିଟ କରଣ, କୃଷକ ମାନଙ୍କୁ ସମସ୍ତ କୃଷି ଋଣ ଛାଡ,ଧାନ ମଣ୍ଡିରେ କୃଷକଙ୍କ ଧାନ କଟନି ଛଟନି ବନ୍ଦ କରିବା,ପରିବେଶ ଦୃଷ୍ଟିରୁ ପୁରୀ ବିମାନ ବନ୍ଦରକୁ ବାତିଲ କରିବା,ପାନ ଚାଷୀଙ୍କୁ ଶିଳ୍ପର ମାନ୍ୟତା ଦେବା ସହ ପର୍ଯ୍ୟାପ୍ତଋଣ ସହାୟତା ଦେବା,ନିୟମିତ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବା,ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ ବନ୍ଦ କରିବା ,ଟାଟାର ଖାଉଟି ଶୋଷଣକାରୀ ବିଦ୍ୟୁତ୍ ସ୍ମାର୍ଟ ମିଟର ବନ୍ଦ କରିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ଶୁଳ୍କ ଛାଡ କରିବା,ପରିବାରରୁ ଅନ୍ତତଃ ଜଣକୁ ଚାକିରି ଦେବା,ସମ୍ପୂର୍ଣ୍ଣ ମାଗଣା ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରିବା, ଭୂମୀ ଓ ଗୃହହୀନଙ୍କୁ ଜମି ଓ ବାସଗୃହ ସହାୟତା ଯୋଗାଇ ଦେବା ପ୍ରମୁଖ ଦାବି ନେଇ ସିପିଆଇ ଲଗାତାର ଜନ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନେଇଛି । ବିଜେପି ସରକାର ଅମଳରେ ଅସହ୍ୟ ଦରବୃଦ୍ଧି,ବେକାରୀ ନୀତି, କଳ କାରଖାନା, ଖଣିଖାଦାନ, ଜଙ୍ଗଲ, ଜମି,ଜଳ ସମସ୍ତ ଜାତୀୟ ସମ୍ପଦକୁ ଆଦାନୀ ଅମ୍ବାନୀ ଭଳି ବହୁ ବିଦେଶୀୟ ପୁଞ୍ଜିପତି ମାନଙ୍କୁ ଶାଗ ମାଛ ଦରରେ ବିକ୍ରି କରିବା ବିରୁଦ୍ଧରେ ସିପିଆଇ ଜନଆନ୍ଦୋଳନ କରିବ । ବିରୋଧୀଦଳ ମାନଙ୍କ ବିରୁଦ୍ଧରେ ଇଡି, ସିବିଆଇ ଲଗାଇଥିବା ,ଭୋଟ ଜାଲିଆତି ବନ୍ଦ କରିବା,ସମ୍ବିଧାନ,ବିଚାର ବ୍ୟବସ୍ଥା, ନିର୍ବାଚନ ଆୟୋଗ ଭଳି ସ୍ବାଧୀନ ସଂସ୍ଥାକୁ ନିଜର ଦଳୀୟ ସ୍ୱାର୍ଥରେ ନଲଗାଇବା , ସମ୍ବିଧାନ ହତ୍ୟା କରିବା ଓ ଫାଶୀବାଦି ନୀତି ବିରୁଦ୍ଧରେ ସିପିଆଇ, ବାମପନ୍ଥୀ,ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଗୋଷ୍ଠୀକୁ ଏକାଠି କରି ଯୋରଦାର ଆନ୍ଦୋଳନ କରାଯିବ ବୋଲୀ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ସମ୍ମିଳନୀରେ ସିପିଆଇ ରଜ୍ଯ ସମ୍ପାଦକ ଆଶିଷ କାନୁନଗୋ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ମହେଶ୍ୱର ରାଉତ,ବ୍ରଜବନ୍ଧୁ ପ୍ରଧାନ,ଜିଲ୍ଲାସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ,ଜିଲ୍ଲା ସହ ସମ୍ପାଦକ ହରିହର ସେନାପତି,ପ୍ରଦୀପ୍ତ ମହାନ୍ତି,ଦେବେନ୍ଦ୍ର ନାଥ ସାହୁ,ବିଦୁଲତା

ସୃଷ୍ଟି,ଗୋଲେଖ ଚନ୍ଦ୍ର ନାୟକ,ସୁରେଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ପାର୍ଟି ନେତା ମାନେ କେନ୍ଦ୍ର ଓ ରାଜ୍ୟର ଜନ ବିରୋଧୀ ବିଜେପି ସରକାର ବିରୁଦ୍ଧରେ ଜନ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ୧୧ ବ୍ଲକରୁ ନେତା କର୍ମୀ, ସଭ୍ଯ ସଭ୍ଯା ମାନେ ଯୋଗ ଦେଇଥିଲେ ।
