ପୁରୁଷୋତ୍ତମପୁର ତା-୧୨/୧୧/(କେ, ରମେଶ ଦୋରା ) ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଅକ୍ଟୋବର 0୨ ଠାରୁ ନବେମ୍ବର ୨ ତାରିଖ ପ୍ରଯ୍ୟନ୍ତ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥାଏ କିନ୍ତୁ ବିଭିନ୍ନ ପୂଜାପୁଜି ପର୍ବ ସହିତ ଧାମନଗର ନିର୍ବାଚନ ଚାଲିଥିବାରୁ ବିଭିନ୍ନ ଜାଗାରେ ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇପାରିନଥିବାରୁ l ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପୂଣି ୧୩ ଦିନ ପାଇଁ ଜନସମ୍ପର୍କ ପଦ ଯାତ୍ରାପାଇଁ ବଢାଇବା ପାଇଁ ନିର୍ଦେଶ ଯୋଗୁ ଖଲ୍ଲିକୋଟ ବିଧାୟିକାଙ୍କ ପ୍ରତିନିଧି ଦୈତାରୀ ବେହେରାଙ୍କ ପୌରହିତରେ ପୁରୁଷୋତ୍ତମପୁର ଏନଏସିରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଦିନ ସକାଳ ୧0 ଘାଣ୍ଟିଙ୍କା ସମୟରେ ବିଜୁ ଜନତାଦଳର କର୍ମୀଙ୍କ ତରଫରୁ ଜନସମ୍ପର୍କ ପଦ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା,କାଉନସିଲର ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା,ଅରୁଣ କୁମାର ମହାଙ୍କୁଡ,ଲିଙ୍ଗରାଜ ବେହେରା,କେ ପ୍ରମୋଦ ଆଚାରୀ,ଭବାନୀ ଶଙ୍କର ନାହକ , କାଉନସିଲର ପ୍ରତିନିଧି ଚିଣ୍ଟୁ ମହାପାତ୍ର, ଭାଗିରଥି ବେହେରା, ବିପ୍ର ଚରଣ ବେହେରା, ଲୋକନାଥ ବେହେରା, ରଞ୍ଜନ ବେହେରା,ବରିଷ୍ଠ ବିଜେଡି କର୍ମୀ ଭାସ୍କର ବେହେରା, ଚକ୍ରଧର ପାତ୍ର,ଉମାଶଙ୍କର ରାଓ,ନଗର ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ଯୁବ ସଭାପତି ମନୋଜ କୁମାର ଗୌଡ଼, କୃଷ୍ଣ ଚନ୍ଦ୍ର ଗୌଡ଼, ସିମାଞ୍ଚଳ ମିଶ୍ର,ପ୍ରେମାନନ୍ଦ ସାହୁ,ପ୍ରହଲ୍ଲାଦ ସାହୁ, କିଶୋର ଚନ୍ଦ୍ର ସାହୁ,କେ ବାଲେଶ୍ୱର ରାଓ,ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ l
