ଗଂଜାମ ଜିଲ୍ଲା ଶେରଗଡ ବ୍ଲକ୍ କୁ ଏନ.ଏ.ସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା l ଶେରଗଡ଼ର ବିଭିନ୍ନ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି l ଜରୁରୀ କାଳୀନ ସେବାକୁ ବାଦ୍ ଦେଇ ସକାଳୁ ସମସ୍ତ ଦୋକାନ ବଜାର ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି l ପ୍ରକାଶ ଥାଉକି ଶେରଗଡ଼ ବ୍ଲକ ୨୨ ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଏଠି ୧୫ ହାଜରରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି l ତେବେ ସହର ଉନ୍ନତି କରଣ ପାଇଁ ପୂର୍ବ ସରକାର ନିର୍ବାଚନ ପୂର୍ବରୁ ଶେରଗଡ଼ ବ୍ଲକ୍ କୁ ଏନ.ଏ.ସି ଘୋଷଣା କରିଥିଲେ l କିନ୍ତୁ ଏହା କାର୍ଯକାରି ହୋଇ ନଥିଲା l

ବର୍ତ୍ତମାନର ସରକାର ୨୮ ଟି ନୂତନ ଏନ.ଏ.ସି ସହ ୭ ଟି ନୂତନ ମ୍ୟୁନିସିପାଲଟି ଘୋଷଣା କରିଥିବା ବେଳେ ଶେରଗଡକୁ ଏଥିରୁ ବାଦ୍ ଦେଇଥିଲେ l ତେଣୁ ଶେରଗଡ଼କୁ ଏନ.ଏ.ସି ଦାବି କରି ଅଞ୍ଚଳବାସୀ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏଭଳି ଏକ ଆନ୍ଦୋଳନ କରାଯାଇଛି l

