You are currently viewing ଖଲ୍ଲିକୋଟ ଏନ ଏ ସି ନଗରପାଳ ବିକ୍ରମପୁର ରେ ନବୀନ ଓ ବିଜେଡ଼ି ଦଳର ବିକାଶ ବାର୍ତା ପ୍ରଚାର |
ଖଲ୍ଲିକୋଟ ଏନ ଏ ସି ନଗରପାଳ ବିକ୍ରମପୁର ରେ ନବୀନ ଓ ବିଜେଡ଼ି ଦଳର ବିକାଶ ବାର୍ତା ପ୍ରଚାର |

ଖଲ୍ଲିକୋଟ ; 18/12 ଆଗାମୀ ସଦାହର ସାଧାରଣ ନିର୍ବାଚନ 2024 ପାଖେଇ ଆସୁଥିବା ବେଳେ ବିଜେଡ଼ି ଦଳ ସୁପ୍ରିମୋ ଙ୍କ ନିଁର୍ଧେଶ କ୍ରମେ ଦଳୀୟ ନେତା ମାନେ ଗାଁ ମୁହାଁ ହୋଇ ଗ୍ରାମାଞ୍ଚଳ ର ଲୋକ ମାନଙ୍କୁ ଭେଟି ନବୀନ ଙ୍କ ବିକାଶ ବାର୍ତ| ପ୍ରଚାର ରେ ଲାଗି ପଡ଼ିଥିବା ଦେଖିବାକୁ ମିଳୁଛି |ତଦନୁଯାଇ ଖଲ୍ଲିକୋଟ ଏନ ଏ ସି ନଗରପାଳ ଇଂ ନିରଞ୍ଜନ ବେହେରା ତାଙ୍କ ସମର୍ଥକ ମାନଙ୍କ ସହ ଗତ କିଛି ଦିନ ହେଲା ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ପଂଚାୟତ ଗ୍ରସ୍ତ କରି ଲୋକଙ୍କ ଘରକୁ ଯାଇ ସେମାନଙ୍କ ସୁଖ ଦୁଃଖ ପଚାରି ବୁଝିବା ସହ ବିଭିନ୍ନ ମୌଳିକ ସମସ୍ୟା କୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଉଥିବା ପ୍ରକାଶ |

ସୋମବାର ଦିନ ଶ୍ରୀ ବେହେରା ଦଳୀୟ କର୍ମକର୍ତା ସାଙ୍ଗକୁ ବିକ୍ରମପୁର ଗ୍ରାମ ପଂଚାୟତ ରେ ଥିବା ଖଲ୍ଲିକୋଟ ରାଣୀ ଙ୍କ ପୁରାତନ ବିଜେଡ଼ି ସମର୍ଥକ ମାନଙ୍କୁ ସାଉଁଟି ବିଜେଡ଼ି ଦଳର ସଂଗଠନ କୁ ମଜଭୁତ କରିବା ପାଇଁ ପ୍ରୟାସ କରୁଥିବା ଜଣାପଡିଛି |

ବିକ୍ରମପୁର ପଂଚାୟତ ର ଛାମୁଆଁ ବିଜେଡ଼ି ନେତା ତପନ ଆଚାର୍ଯ୍ୟ, ଲଖମଣ ମହାନ୍ତି, ଭଗବାନ ପ୍ରଧାନ, ଜିତେନ୍ଦ୍ର ଆଚାର୍ଯ୍ୟ ସମୀର ନାୟକ,ପ୍ରଭାତ ଶତପଥୀ, କୁନା ଡାକୁଆ,ମଣ୍ଟୁ ପ୍ରଧାନ, ସୁଜ୍ଞାନୀ ବାରିକ,ଗାନ୍ଧୀ ପ୍ରଦାନ, ମିଥୁନ ପ୍ରଧାନ, ନିତୁ ପ୍ରଧାନ, ପଦ୍ମ ପାହାନ, ହର୍ଷ ପ୍ରଧାନ, ବଳରାମ ପ୍ରଧାନ,ସୁବଳ ସାହୁ ଓ ନିରଞ୍ଜନ ନାୟକ ପ୍ରମୁଖ ଙ୍କ ସହ ପଂଚାୟତ ର ଭ|କୁଟିଡିହ, ଚଣ୍ଡୀପୀଠ,ବ|ଟଗାଁ, ସକାରାପୋଇ ପ୍ରଭୃତି ଗାଁ ପରିକ୍ରମା କରି ଗ୍ରାମ ର ମହିଳା ଓ ପୁରୁଷ ମାନଙ୍କୁ ଭେଟି ନବୀନ ଖଲ୍ଲିକୋଟ ରାଣୀ ସୁଜ୍ଞାନୀ କୁମାରୀ ଦେଓ ଙ୍କ ବାର୍ତା ପ୍ରଚାର କରିଥିବା ଜଣାପଡିଛି |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )