You are currently viewing ଖଦାଳ ଖଟେଇ ବୁଗୁଡା ବ୍ଲକ ଓ କେ.ତ୍ରିଲୋଚନ ଦୋରା ବୁଗୁଡା ଏନଏସି ର ବିଜେଡି ସଭାପତି
ଖଦାଳ ଖଟେଇ ବୁଗୁଡା ବ୍ଲକ ଓ କେ.ତ୍ରିଲୋଚନ ଦୋରା ବୁଗୁଡା ଏନଏସି ର ବିଜେଡି ସଭାପତି

ଗଞ୍ଜାମ ବୁଗୁଡା, ୨୦/୦୨/୨୬ : (ଡ. କୁମୁଦ ଚନ୍ଦ୍ର ବେହେରା ) ରାଜ୍ୟ ବିଜୁ ଜନତା ଦଳର ପତ୍ର ସଂଖ୍ୟା ୩୭/୦୨/ଏସବି/ବିଜେଡି/୨୦୨୬ ପ୍ରକାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଓ ବୁଗୁଡା ଏନଏସି ପାଇଁ ସଭାପତିଙ୍କ ନାମ ପ୍ରକାଶ କରିଛନ୍ତି। ବୁଗୁଡା ବ୍ଳକର ସଭାପତି ଭାବେ ଖଦାଳ ଖଟେଇଙ୍କୁ ମନୋନୀତ କରିଥିବା ବେଳେ ବୁଗୁଡା ଏନଏସି ସଭାପତି ଭାବେ କେ.ତ୍ରିଲୋଚନ ଦୋରାଙ୍କୁ ମନୋନୀତ କରିଛନ୍ତି। ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବ୍ଲକ ସଭାପତି ଭାବେ ଶ୍ରୀ ଖଟେଇ ଓ ନଗର ସଭାପତି ଭାବେ ଶ୍ରୀ ଦୋରା ଙ୍କୁ ମନୋନୀତ କରିଥିବା ଯୋଗୁଁ ବିଜେଡି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି।