କୋଦଳା :ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ବିଭିନ୍ନ ପଞ୍ଚାୟତ ମାନଙ୍କରେ ହକି ବିଶ୍ବକପକୁ ସିଧାସଳଖ ଏଲଇଡି ସ୍କ୍ରିନ୍ ଜରିଆରେ ଲୋକେ ଦେଖିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି। ରାଜ୍ୟରେ ହକି ବିଶ୍ଵକପର ଗତକାଲି ଉଦଘାଟନ ଉତ୍ସବରେ ଗ୍ରାମାଞ୍ଚଳବାସୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରେ ଲୋକମାନଙ୍କ ମଧ୍ୟରେ କ୍ରୀଡ଼ାର ମାହୋଲ ସୃଷ୍ଟି କରିବା ପାଇଁ ଯୋଜନା କରିଥିବା ବେଳେ ଏହାର ଫାଇଦା ନେଇ ଅଞ୍ଚଳବାସୀ ଖେଳ କୁ ଉପଭୋଗ କରିଛନ୍ତି । ଏଥି ନିମନ୍ତେ ସରକାର ଅର୍ଥର ବରାଦ୍ ମଧ୍ୟ କରିଛନ୍ତି । ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏଥିଲାଗି ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ସବୁ ପଞ୍ଚାୟତ ମାନଙ୍କରେ ଏଲ୍ ଇଡି ଟିଭି ମାଧ୍ୟମରେ ହକିର ସିଧାପ୍ରସାରଣ ଦେଖିଛନ୍ତି ପିଲା ଠୁ ବୃଦ୍ଧ । ଉଦଘାଟନୀ ସମାରୋହର ଶେଷ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ହୋଇଥିବା ଦେଖିବାକୁ ମିଳିଛି । ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ସାଧାରଣ ଜନତାଙ୍କ ପାଇଁ ଉଦଘାଟନୀ ସମାରୋହର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା। ବ୍ଲକର ସମସ୍ତ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ /ସଭ୍ଯା ମାନଙ୍କ ଉଦ୍ଯମ କ୍ରମେ ଏଭଳି କାର୍ଯ୍ୟକ୍ରମ ହୋଇଥିବା ବେଳେ ବିଭିନ୍ନ ପଞ୍ଚାୟତରେ କ୍ରୀଡା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
