ତାଳଚେର ତା.0୨-୧୨ -୨୫ ରିଖ ଶ୍ରୀଯୁକ୍ତ ପବିତ୍ର ଭୂତିଆ ନଗରପାଳ ତାଳଚେର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟ ଧlରା ସୁଶାସନ ଓ ବିକାଶ ଧରା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ଛାଡି ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଥିବାରୁ ଅନୁଗୁଳ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ତାଳଚେର ପୌର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ବିଶ୍ୱରଂଜନ ତୁଙ୍ଗ,ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଦିପ୍ତୀପ୍ରଭା ମହାରଣା, ୩ ନମ୍ବର ୱାର୍ଡ ସଭାପତି ଜିତେନ୍ଦ୍ର ସିଠ,ପ୍ରମୋଦ ଜେନା, ସତ୍ୟଞ୍ଜୟ ପଣ୍ଡା, ଦୀପକ ସ୍ୱାଇଁ ପ୍ରିତିଶ କୁଅଁର ପ୍ରମୁଖ ଶ୍ରୀ ପବିତ୍ର ଭୁତିଆଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ସମ୍ବର୍ଦ୍ଧନା ପରେ ନଗରପାଳଙ୍କ ସହ ୱାର୍ଡ ସମସ୍ୟା ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇ
ଆଗାମୀ ଦିନରେ ୩ ନମ୍ବର ୱାର୍ଡରେ ଥିବା ସମସ୍ୟା ଯଥାଶୀଘ୍ର ପୂରଣ କରାଯିବାକୁ ନଗରପାଳ ପ୍ରତିଶୃତି ଦେଇଥିଲେ l

