ଦିଗପହଣ୍ଡି : (ରଘୁନାଥ ନାୟକ )ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ନିଳକଣ୍ଠେଶ୍ଵର ମନ୍ଦିର ପରିସରରେ ଗୁରୁବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ନୂତନ ଭାବେ ଏକ ବଜରଙ୍ଗ ଦଳ ଗଠନ କରାଯାଇଥିଲା। ଏଥିରେ ପଦ୍ମନାଭପୁର ଗ୍ରାମର କିଛି ଯୁବକ ମାନେ ଉପସ୍ଥିତି ରହି ଦଳରେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ସହିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ବସନ୍ତ କୁମାର ନାୟକ, ଉପସଭାପତି ସନ୍ତୋଷ ଜାନି, ସଂପାଦକ ଭଗବାନ ସେଠୀ ଙ୍କ ନିର୍ଦ୍ଦେଶନାରେ ଏହି ଦଳ ଗଠନ କରାଯାଇଥିଲା। ଆଗମୀ ଦିନରେ ଗ୍ରାମରେ ଥିବା ସମସ୍ତ ସମସ୍ୟାକୁ ଗୁରୁତ୍ବ ଦେଇ ଦଳ ଅଣ୍ଟା ଭିଡ଼ି ଆଗକୁ ବଢ଼ିବ ବୋଲି ଦଳର ମୁଖ୍ୟ କର୍ମକର୍ତ୍ତା ମାନେ କହିଥିଲେ। ସମସ୍ତଙ୍କର ଅସୁବିଧା ରେ ଦଳ ଆଗରେ ରହି କାମ କରିବ ବୋଲି ଦଳ ପକ୍ଷରୁ କହୁ ଯାଇଥିଲା

