ବାଲିଗୁଡା, ତା, ୨୧/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ୮୨ ନଂ.ବାଲିଗୁଡା ନିର୍ବାଚନ ମଣ୍ଡଳୀ ଓ ୮୩ ନଂ.ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କ ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ରାକନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ବୈଠକରେ ୮୨ ନଂ. ବାଲିଗୁଡା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଓ ୮୩ ନଂ.ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା କନ୍ଧମାଳ ଏଡିଏମ କୁଶଳ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରି ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କରେ ଥିବା ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ l ଦୁଇ ନିର୍ବାଚନ ମଣ୍ଡଳୀର ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସଂପର୍କ ରେ ଆଲୋକପାତ କରିଥିଲେ l ସମଗ୍ର କନ୍ଧମାଳ ଜିଲ୍ଲାରେ ଏକ ସୁଗମ ଏବଂ ସ୍ୱଚ୍ଛ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଏବଂ ଚଳିତ ମାସ ୩୦ ତାରିଖ ରୁ ବିଏଲଓ ମାନଙ୍କ ଦ୍ୱାରା ଘର ଘର ପରିଦର୍ଶନ ଆରମ୍ଭ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ବିଡ଼ିଓଙ୍କ ସହିତ ସମସ୍ତ ରାଜନୈତକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଭୋଟର ତାଲିକା ସଂଶୋଧନ (SIR) ଜନିତ ପ୍ରଶାସନ ଓ ଭାରତର ନିର୍ବାଚନ କମିଶନ ତା ୦୧,୦୭,୨୦୨୬ କୁ ନୂତନ ଭୋଟର ମାନଙ୍କ ନିମନ୍ତେ ଯୋଗ୍ୟତା ତାରିଖ ରଖିଛନ୍ତି l ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ କେହି ହେଲେ ଜଣେ ଯୋଗ୍ୟ ଭୋଟର , ଯେପରି ତାଲିକାରୁ ବାଦ ନ ପଡନ୍ତୁ ଏବଂ କେହି ହେଲେ ଜଣେ ଅଯୋଗ୍ୟ ଭୋଟର, ତାଲିକାରେ ନ ରୁହନ୍ତୁ ସଂଶୋଧନର ମୂଳ ଲକ୍ଷ ଅଟେ l ଏହି ସ୍ଵତନ୍ତ୍ର ତୀବ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ଯୋଗ୍ୟତା ତାରିଖ ୦୧,୦୭ ,୨୦୨୬ ରିଖ ଥିବା ବେଳେ ପ୍ରସ୍ତୁତି ,ତାଲିମ ଓ ପ୍ରିଣ୍ଟିଙ୍ଗ ୨୦.୦୫ ,୨୦୨୬ ରୁ ୨୯ ,୦୫ ,୨୦୨୬, ବୁଥ ଲେବଲ ଅଫିସର ଘର ଘର ବୁଲି ତଥ୍ୟ ସଂଗ୍ରହ କରିବା ୩୦,୦୫,୨୦୨୬ରୁ ୨୮,୦୬,୨୦୨୬ , ମତଦାନ କେନ୍ଦ୍ର ସଙ୍ଗତି କରଣ ପାଇଁ ତା ୨୮.୦୬.୨୦୨୬ ରିଖ, ଭୋଟର ତାଲିକା ପ୍ରକାଶନ ପାଇଁ ତା ୦୫.୦୬.୨୦୨୬ ରିଖ ,ଆପତ୍ତି ଅଭିଯୋଗ ଗ୍ରହଣ କାରିବା ନିମନ୍ତେ ତା ୦୫ ୦୭ ୨୦୨୬ରୁ ୦୪,୦୮.୨୦୨୬ ରିଖ ପର୍ଯ୍ୟନ୍ତ, ଆପତ୍ତି ଅଭିଯୋଗର ସମାଧାନ ନିମନ୍ତେ ୫.୦୭.୨୦୨୬ ରୁ ୦୨.୦୯.୨୦୨୬ ଏବଂ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପାଇଁ ତା ୦୬/୦୯/୨୦୨୬ରିଖ ନିର୍ବାଚନ କମିଶନ ପକ୍ଷରୁ ସ୍ଥିର କରାଯାଇଅଛି l ସେହି ପରି ଭୋଟର ତାଲିକାରେ ନାମ ଯୋଗ କରିବା ନିମନ୍ତେ ,ନାମ କାଟିବା ନିମନ୍ତେ ଏବଂ ପରିବର୍ତ୍ତନ ନିମନ୍ତେ ନାଗରିକ ମାନେ ଅନଲାଇନ ଇସିଆଇ ନେଟ ବ୍ୟବହାର କରିପାରିବେ l ଏହି ସ୍ୱତନ୍ତ୍ର ଭୋଟର ତାଲିକା ତିବ୍ର ସଂଶୋଧନ କାର୍ଯ୍ୟ କୁ ସମସ୍ତ ରାଜନୈତିକ ଦଳ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ସହଯୋଗ କରି ବାଲିଗୁଡା ଓ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ଏସଆଇଆର କାର୍ଯ୍ୟକୁ ତୃଟିଶୁନ୍ୟ କରିବାକୁ ବୈଠକରେ ରାଜନୈତିକ ନେତ୍ରୁ ବର୍ଗଙ୍କ ସହାୟତା ଲୋଡ଼ିଥିଲେ l

